Advertisment

ସାଇରସଙ୍କ ଦୁର୍ଘଟଣାଜନିତ ମୃତ୍ୟୁ: କାର ଚଳାଇଥିବା ଡାକ୍ତରଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପ୍ରତିଷ୍ଟିତ ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ଦୁଇମାସ ପରେ ପୁଲିସ ଅପରାଧିକ ମାମଲା ରୁଜୁ କରିଛି। ଘଟଣାଦିନ କାରରେ ଥିବା ସାଇରସଙ୍କ ସାଥୀ ତଥା ମୁମ୍ବାଇର ଜଣାଶୁଣା ସ୍ତ୍ରୀ ଓ ପୂସୁତି ଡାକ୍ତର ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  ଘଟଣାଦିନ ଅନାହିତା କାର ଚଳାଉଥିଲେ। ଏହି କାରରେ ଅନାହିତାଙ୍କ ସ୍ୱାମୀ ଡାଇରସ୍‌ ମଧ୍ୟ ଯାତ୍ରା କରୁଥିଲେ। ତେବେ ଉଭୟେ ଦୁର୍ଘଟଣାରେ ଗୁରୁତର ହୋଇ ହସପିଟାଲରେ […]

ସାଇରସଙ୍କ ଦୁର୍ଘଟଣାଜନିତ ମୃତ୍ୟୁ: କାର ଚଳାଇଥିବା ଡାକ୍ତରଙ୍କ ବିରୋଧରେ ମାମଲା

iop-1

Advertisment

ନୂଆଦିଲ୍ଲୀ: ପ୍ରତିଷ୍ଟିତ ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ଦୁଇମାସ ପରେ ପୁଲିସ ଅପରାଧିକ ମାମଲା ରୁଜୁ କରିଛି। ଘଟଣାଦିନ କାରରେ ଥିବା ସାଇରସଙ୍କ ସାଥୀ ତଥା ମୁମ୍ବାଇର ଜଣାଶୁଣା ସ୍ତ୍ରୀ ଓ ପୂସୁତି ଡାକ୍ତର ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  ଘଟଣାଦିନ ଅନାହିତା କାର ଚଳାଉଥିଲେ। ଏହି କାରରେ ଅନାହିତାଙ୍କ ସ୍ୱାମୀ ଡାଇରସ୍‌ ମଧ୍ୟ ଯାତ୍ରା କରୁଥିଲେ। ତେବେ ଉଭୟେ ଦୁର୍ଘଟଣାରେ ଗୁରୁତର ହୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ।

Advertisment

ସୁସ୍ଥ ହେବା ପରେ ପୁଲିସ ଅନାହିତାଙ୍କ ସ୍ୱାମୀ ଡାଇରସ୍‌ଙ୍କ ବୟାନକୁ ଆଧାର କରି ଅନାହିତାଙ୍କ ବିରୋଧରେ ନରହତ୍ୟା ସମ ଅପରାଧିକ ମାମଲା ରୁଜୁ କରିଛି। କିନ୍ତୁ ତାହା ସିଧାସଳଖ ହତ୍ୟାକୁ ବୁଝାଉ ନାହିଁ। ଗତ ସେପ୍ଟମ୍ବର ୪ ତାରିଖରେ  ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ସାଇରସଙ୍କ ମର୍ସିଡିସ୍ କାର୍ ଡିଭାଇଡର୍‌ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ସାଇରସଙ୍କୁ ମିଶାଇ ଗାଡ଼ିରେ ଚାରି ଜଣ ଥିଲେ। ସାଇରସ୍‌ଙ୍କ ସମେତ ଦୁଇ ଜଣଙ୍କ ସେହିଠାରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ମୃତକ ଜଣଙ୍କ ନାମ ହେଉଛି ଜାହାଙ୍ଗୀର ବିନଶାହ ପାଣ୍ଡୋଲେ। ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ର ଡାକ୍ତର ଅନାହିତା ପାଣ୍ଡୋଲେ ଓ ତାଙ୍କ ସ୍ବାମୀ ତଥା ଜେଏମ୍ ଫାଇନାନ୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଡାରିଅସ୍ ପାଣ୍ଡୋଲେ।

ପ୍ରାରମ୍ଭିକ ଭାବେ ଜଣାପଡ଼ିଛି ଯେ କାରଟି ଦ୍ରୁତ ଗତିରେ ଯାଉଥିଲା। ରଙ୍ଗ୍‌ ସାଇଡ୍‌ରେ (ବାମ ପଟୁ) ଆଉ ଗୋଟିଏ ଗାଡ଼ିକୁ ଓଭରଟେକ୍ କରିବାକୁ ଉଦ୍ୟମ କରିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଓ କାରଟି ଡିଭାଇଡର୍‌ରେ ଯାଇ ପିଟି ହୋଇଥିଲା। ସାଇରସ ଏବଂ ପ୍ରାଣ ହରାଇଥିବା ଜାହାଙ୍ଗୀର ପାଣ୍ଡୋଲେ କାରର ପଛ ସିଟ୍‌ରେ ବସିଥିଲେ। ପାଣ୍ଡୋଲେ ଦମ୍ପତିଙ୍କ ବନ୍ଧୁ ଥିଲେ ସାଇରସ୍। ପାଣ୍ଡୋଲେଙ୍କ ବାପାଙ୍କର ଦୁଇ ସପ୍ତାହ ପୂ‌ର୍ବେ ଦେହାନ୍ତ ହୋଇଥିଲା। ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ସାଇରସ୍ ପାଣ୍ଡୋଲେ ଦମ୍ପତିଙ୍କ ସହ ଗୁଜରାଟର ଉଡ୍‌ଭାଡା ‌ଯାଇଥିଲେ। ସେଠାରୁ ଫେରିବା ବେଳେ ମୁମ୍ବାଇ ଠାରୁ ୧୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe