Advertisment

ତୈଳ ଦର ବୃଦ୍ଧିକୁ ନେଇ ନିରବତା ଭାଙ୍ଗିଲେ ମୋଦି

ନୂଆଦିଲ୍ଲୀ: ସମ୍ପ୍ରତି ଲଗାତାର ତୈଳ ଦର ବୃଦ୍ଧିକୁ ବିରୋଧ କରି ବିରୋଧୀ ହଙ୍ଗାମା ଜାରି ରଖିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ନିଶାନା କରିଆସୁଛନ୍ତି। ସାଧାରଣ ଲୋକଙ୍କୁ ତୈଳ ଦର ଅତିଷ୍ଟ କରିଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଉତ୍ତର ମାଗି ଆସୁଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଦୀର୍ଘ ଦିନର ନିରବତା ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଅଣବିଜେପି ଥିବା ରାଜ୍ୟ ସରକାରଙ୍କୁ ଟାର୍ଗେଟ […]

ଅଦ୍ୟତନ ହୋଇଛି
ବଲିଉଡ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ

Modi

Advertisment

ନୂଆଦିଲ୍ଲୀ: ସମ୍ପ୍ରତି ଲଗାତାର ତୈଳ ଦର ବୃଦ୍ଧିକୁ ବିରୋଧ କରି ବିରୋଧୀ ହଙ୍ଗାମା ଜାରି ରଖିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ନିଶାନା କରିଆସୁଛନ୍ତି। ସାଧାରଣ ଲୋକଙ୍କୁ ତୈଳ ଦର ଅତିଷ୍ଟ କରିଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଉତ୍ତର ମାଗି ଆସୁଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଦୀର୍ଘ ଦିନର ନିରବତା ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଅଣବିଜେପି ଥିବା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି ଯେ, ଯେଉଁ ରାଜ୍ୟ ଗୁଡ଼ିକ ତେଲ ଉପରରୁ ଟ୍ୟାକ୍ସ ହ୍ରାସ କରି ନାହାନ୍ତି ସେମାନେ ପ୍ରମେ ଏହା କରନ୍ତୁ । ନିକଟରେ ୫ ରାଜ୍ୟରେ ନିର୍ବାଚନ ପରେ କ୍ରମାଗତ ଭାବେ ତେଲ ଦର ବଢ଼ୁଛି।

Advertisment

ଏହାକୁ ନେଇ ସାଧାରଣ ଓ ରାଜନୈତିକ ଅସନ୍ତୋଷ ତେଜିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମୋଦି।  ସେ କହିଛନ୍ତି ଯେ, ଗତ ନଭେମ୍ବର ମାସରେ ଯେଉଁ ରାଜ୍ୟମାନେ ଟ୍ୟାକ୍ସ ହ୍ରାସ କରିନାହାନ୍ତି  ସେମାନେ ଏବେ କରିବା ଉଚିତ୍‌ । ଟ୍ୟାକ୍ସ ହ୍ରାସ କରିଥିବା ରାଜ୍ୟ ଗୁଡ଼ିକର ମଧ୍ୟ ତାଲିକା ଦେଇ  ତାମିଲନାଡ଼ୁ, ବେଙ୍ଗଲ, ତେଲେଙ୍ଗାନା,  ମାହରାଷ୍ଟ୍ର,କେରଳ ଏବଂ ରାରଝଡ଼ ତେଲ ଉପରୁ ଟ୍ୟାକ୍ସ ହ୍ରାସ କରିନାହାନ୍ତି । ସେମାନେ ଏବେ ଟ୍ୟାକ୍ସ ହ୍ରାସ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର  ଗତ ନଭେମ୍ବର ମାସରେ ତୈଳ ଉପରୁ ଏକ୍କସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି । ଏଥିସହ ସବୁ ରାଜ୍ୟକୁ ଟ୍ୟାକ୍ସ ହ୍ରାସ ପାଇଁ ଅନୁରୋଧ କରିଥିଲେ। ମୁଁ କାହାକୁ ସମାଲୋଚନା କରୁ ନାହିଁ ।

କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପଦ୍ରେଶ , କେରଳ, ଝାଡ଼ଖଣ୍ଡ, ତାମିଲନାଡ଼ୁ ରାଜ୍ୟ ଗୁଡ଼ିକ ଭାଟ ହ୍ରାସ କରିନାହାନ୍ତି। ସେମାନେ ଭାଟ୍‌ ହ୍ରାସ କରି ଳୋକଙ୍କୁ ଲାଭ ଦିଅନ୍ତୁ ବୋଲି ମୋଦି କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଏବଂ ମହଙ୍ଗା ମାଡ଼କୁ ନେଇ ଶନିବାର ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଯେତେବେଳେ ମୁଦ୍ରାସ୍ପୀତି ହାର  ୬.୯୫ ପ୍ରତିଶତ ଅଛି ସେତେବଳେ ବ୍ୟାଙ୍କ ଗୁଡ଼ିର ଫିକ୍ସ ଡିପୋଜିଟି ସୁଦ୍ଧ ହାର ମାତ୍ର ୫ ପ୍ରତିଶତ ରହିଛି।

Advertisment
Narendra Modi Oil Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe