Mass-Graves
ଲକ୍ଷ୍ନୌ: ମୌସୁମୀ ଜନିତ ବର୍ଷା ପରେ ଉଛୁଳିଲା ଗଙ୍ଗା ନଦୀ। ଏଥିଯୋଗୁଁ ନଦୀ ପଠାରେ ପୋତା ଯାଇଥିବା ଶବ ଏବେ ଭାସୁଛି। ଯାହାକୁ ନେଇ ଲୋକମାନେ ଆତଙ୍କିତ। କୋଭିଡରେ ପ୍ରାଣ ହରାଇବା ପରେ ଅନେକଙ୍କୁ ନଦୀ ପଠାରେ ପୋତା ହୋଇଥିବା କୁହାଯାଉଛି। ତେଣୁ ଏବେ ନଦୀରେ ପାଣି ଭର୍ତ୍ତି ହେବା ପରେ ସେହି ଶବ ପାଣିରେ ଭାସୁଥିବା ଆଶଙ୍କା କରାଯାଉଛି। ଗଙ୍ଗା ନଦୀର ବିଭିନ୍ନ ଘାଟରେ ଅନେକ ଶବ ଏବେ ଭାସିବା ପରେ କିଛି ଲୋକ ନିଜ ଆଡୁ ପୁଣିଥରେ ଶବ ଗୁଡ଼ିକୁ ଆଣି ପୋଡ଼ିଛନ୍ତି। ଯାହାର ଫଟୋ ଏବଂ ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିଗତ ଦୁଇ ଦିନ ହେବ ଅନେକ ବ୍ୟକ୍ତି ନଦୀରେ ଭାସୁଥିବା ଶବକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।
ପ୍ରୟାଗରାଜ ପୌର ଅଧିକାରୀ ନିରଜ କୁମାର ସିଂହ କହିଛନ୍ତି, ବିଗତ ୨୪ ଘଣ୍ଟା ମଧ୍ୟରେ ସେ ଏକାକୀ ୪୦ଟି ମୃତ ଶରୀରର ଶବ ଦାହ କରିଛନ୍ତି। ସମସ୍ତ ପ୍ରଥାକୁ ଅନୁସରଣ କରି ଶବ ଦାହ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଜଣେ ମୃତକଙ୍କ ମୁହଁରେ ଅକ୍ସିଜେନ ପାଇପ ଲାଗିଥିବା ଦେଖିବାକୁ ମିଳିଛି। ବୋଧହୁଏ ମୃତକ ଜଣଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀର ଗୁରୁତର ଥାଇପାରେ ବୋଲି ସେ କହିଛନ୍ତି।
ଯେତେ ଜଣଙ୍କର ଶବ ଦାହ କରାଯାଇଛି ସମସ୍ତେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କର ମୃତ୍ୟୁ ପରେ ପରିବାର ଲୋକେ ମୃତକଙ୍କ ନଦୀ ପଠାରେ ଏଣେ ତେଣେ ପୋତି ଦେଇ ଅନ୍ତିମ ସଂସ୍କାର କରିଥାଇପାରନ୍ତି ବୋଲି ନିରଜ କହିଛନ୍ତି।
ନଦୀ କୂଳରେ ଶବଦାହ କରିବାରେ ସାହାଯ୍ୟ କରୁଥିବା ପ୍ରୟାଗରାଜର ମେୟର ଅଭିଷେକ ଗୁପ୍ତା ନନ୍ଦୀ କହିଛନ୍ତି ଯେ ରାଜ୍ୟରେ ବହୁ ସମ୍ପ୍ରଦାୟ ନଦୀ ପଠାରେ ସମାଧି ଦେବାର ଏକ ଦୀର୍ଘ ପରମ୍ପରା ରହିଛି। ସେ କହିଛନ୍ତି ଯେ ନଦୀରେ ପାଣି ଉଛୁଳିବା ପରେ ଅନେକ ମୃତ ଦେହ ଉଦ୍ଧାର ହେଉଛି। ଆଉ ସମସ୍ତଙ୍କୁ ରୀତିନୀତି ଅନୁଯାୟୀ ପୁଣିଥରେ ଅନ୍ତିମ ସଂସ୍କାର କରାଯାଉଛି।
ସୂଚନାଯୋଗ୍ୟ, ଏପ୍ରିଲ-ମେ ରେ କୋଭିଡ ପିକରେ ଥିବା ବେଳେ ନଦୀ କୂଳରେ ୟୁପି ଏବଂ ବିହାରରେ ଅନେକ କୋଭିଡ ମୃତକଙ୍କୁ ନଦୀରେ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏମିତିକି ନଦୀପଠାରେ ସମାଧି ଦିଆଯାଉଥିଲା। ଏହାକୁ ନେଇ ସରକାର କହିଥିଲେ ନଦୀ ପଠାରେ ସମାଧି ଦେବାର ଏକ ଦୀର୍ଘ ପରମ୍ପରା ରହିଛି। ଆଉ ଏହା ଚାଲିଛି ବୋଲି ସରକାର କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/Mass-Graves.jpg)