china
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି। ମୋଲ୍ଡୋରେ ସାଢ଼େ ୮ ଘଣ୍ଟା ଧରି ଆଲୋଚନା ହୋଇଥିଲା। ସନ୍ଧ୍ୟା ୭ଟାରେ ଶେଷ ହୋଇଥିବା ବୈଠକରେ ପୂର୍ବ ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ହୋଇଥିଲା। ପୂର୍ବ ଲଦାଖ ସେକ୍ଟରରେ ଦୁଇ ଦେଶର ସେନା ମଧ୍ୟରେ ସାମରିକ ବିବାଦର ସମାଧାନ ଉପରେ ଆଲୋଚନା କରାଯାଇଥିଲା। ରବିବାର ସନ୍ଧ୍ୟା ୭ ଟାରେ ଏହି ଆଲୋଚନା ଶେଷ ହୋଇଥିଲା। ପୂର୍ବ ଲଦାଖରେ ଉପୁଜିଥିବା ଅପ୍ରିତିକର ପରିସ୍ଥିର ସମାଧାନ ପାଇଁ ଏହି ଉଚ୍ଚସ୍ତରୀୟ ବୈଠକ ଫଳପ୍ରଦ ହେବା ନେଇ ନେଇ ଆଶା କରାଯାଉଥିଲା। ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋ ସୀମାରେ ଏହି ଆଲୋଚନା ହୋଇଥିଲା।
ସେନା ମୁଖ୍ୟ ଜେନେରାଲ ଏମଏମ ନାରଭାଣେ ପୂର୍ବରୁ କହିଥିଲେ ଯେ, ଚୀନ ଏହି ସେକ୍ଟରରେ ନିଜ ସୀମାରେ ଭିତ୍ତିଭୂମି ନିର୍ମାଣ କରୁଛି । ସେମାନେ ସେଠାରେ ରହିବା ନେଇ ଆଭାସ ମିଳୁଥିଲା। ନିକଟରେ ଉତ୍ତରାଖଣ୍ଡର ବାରାହୋଟି ସେକ୍ଟରେ ଏବଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ଚୀନ ସେନା ସହ ମୁହାମୁହିଁ ପରିସ୍ଥିତି ହେବାରୁ ଉପରୋକ୍ତ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଉଭୟ ପକ୍ଷର ପକ୍ଷର କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଥିବା କୁହାଯାଉଛି।
ଗତ ମାସରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ପ୍ରାୟ ୧୦୦ ଜଣ ସୈନ୍ୟ ବାରାହୋଟି ସେକ୍ଟରରେ LACକୁ ଉଲ୍ଲଂଘନ କରିଥିଲେ। ଗତ ଅଗଷ୍ଟ ୩୦ରେ ମଧ୍ୟ ଚୀନ ସେନା ସମାନ କାର୍ଯ୍ୟକଳାପ କରିଥିଲା। କିଛି ଘଣ୍ଟା ରହିବା ପରେ ପୁଣି ଚୀନ ସେନା ପଛକୁ ହଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/610319-china-indiaflags.jpg)