Advertisment

ପ୍ୟାଙ୍ଗଙ୍ଗ ଅଞ୍ଚଳ ଖାଲି କଲା ଚୀନ, ଆଜି ପୁଣି ଆଲୋଚନା

ନୂଆଦିଲ୍ଲୀ: ପୂର୍ବଲଦାଖ ଅଞ୍ଚଳରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ମୁହାଁମୁହିଁ ପରିସ୍ଥିତିର ଖୋଲିବ କି ରାସ୍ତା ? ଏନେଇ ଆଜି ଉଭୟ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ  କମାଣ୍ଡର ସ୍ତରୀୟ ଆଲୋଚନା ହେବ।  LACର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ। ୯ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ ଥର ପାଇଁ  ଉଭୟେ ଉକ୍ତ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ପ୍ୟାଙ୍ଗଙ୍ଗର […]

ଅଦ୍ୟତନ ହୋଇଛି
ପ୍ୟାଙ୍ଗଙ୍ଗ ଅଞ୍ଚଳ ଖାଲି କଲା ଚୀନ, ଆଜି ପୁଣି ଆଲୋଚନା

India-China

Advertisment

ନୂଆଦିଲ୍ଲୀ: ପୂର୍ବଲଦାଖ ଅଞ୍ଚଳରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ମୁହାଁମୁହିଁ ପରିସ୍ଥିତିର ଖୋଲିବ କି ରାସ୍ତା ? ଏନେଇ ଆଜି ଉଭୟ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ  କମାଣ୍ଡର ସ୍ତରୀୟ ଆଲୋଚନା ହେବ।  LACର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ।

Advertisment

୯ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ ଥର ପାଇଁ  ଉଭୟେ ଉକ୍ତ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ପ୍ୟାଙ୍ଗଙ୍ଗର ଉତ୍ତର ଓ  ଦକ୍ଷିଣ ଅଂଚଳରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର ହେଉଥିବାରୁ ଆଜିର ବୈଠକ ଅନେକ ଗୁରୁତ୍ୱ ରଖୁଛି।

ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି  ପ୍ରକାଶ କରିଥିଲେ।  ତଦନୁଯାୟୀ ଫେବୃୟାରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି ।

Advertisment

ପୂର୍ବ ଲଦାଖ୍‌ ସ୍ଥିତ ପ୍ୟାଙ୍ଗଙ୍ଗ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍କୁ ଚୀନ୍‌ ସୈନିକ ଖାଲି କରିଦେଇଛନ୍ତି। ସମସ୍ତ ଚୀନ୍‌ ସୈନିକ ସେଠାରୁ ଫେରିଥିବା ବେଳେ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ଦିଆଯାଇଛି ।

ଚୀନ୍‌ ସୈନିକଙ୍କ ସ୍ଥାୟୀ ଶିବିରଗୁଡ଼ିକୁ ମଧ୍ୟ ରାତାରାତି ନଷ୍ଟ କରିଦିଆ ଯାଇଥିବାରୁ ଏକ ବହୁତ ବଡ଼ ବିବାଦର ସାମୟିକ ପରିସମାପ୍ତି ଘଟିଛି । ସହମତି ଭିତ୍ତିରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପୂର୍ବରୁ LACରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ୯ ଥର ବୈଠକ ହୋଇସାରିଛି।  ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାରର ୪୮ ଘଣ୍ଟା ମଧ୍ୟରେ ଆଲୋଚନା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା।

ସେପଟେ ଗତକାଲି ପ୍ରଥମଥର ପାଇଁ ଚୀନ ପକ୍ଷରୁ ଗତବର୍ଷ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରାଯାଇଥିଲା।  ଏଥିସହ ଉକ୍ତ ସଂଘର୍ଷରେ ୪ ଜଣ ଯବାନକୁ ହରାଇଥିବା ଚୀନ ସ୍ୱୀକାର କରିଥିଲା।

India-china Border Tension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe