Advertisment

ପ୍ରମୁଖ ବିବାଦୀୟ ସ୍ଥାନରୁ ପଛକୁ ହଟିଲେ ଭାରତ-ଚାଇନା ସୈନ୍ୟ

ନୂଆଦିଲ୍ଲୀ: ଭାରତ ଓ ଚାଇନା ସୀମା ବିବାଦକୁ ନେଇ ବଡ଼ ଖବର ଆସିଛି। ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗସ ଅଞ୍ଚଳରୁ ଉଭୟ ଦେଶ ସେମାନଙ୍କ ସୈନ୍ୟମାନଙ୍କୁ ପଛକୁ ହଟାଇବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଣ୍ଟ ନେଇ ସହମତି ପ୍ରକାଶ ପାଇଥିଲା। ଏହି ବୁଝାମଣା ଅନୁଯାୟୀ ଏବେ ଗୋଗ୍ରା-ହଟ ସ୍ପ୍ରିଙ୍ଗସରୁ ସୈନ୍ୟ ଅପସାରଣ କରାଯାଉଥିବା ଦୁଇ ଦେଶ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ଦିନ ହେଲା ଭାରତୀୟ ସୀମା ନିକଟରେ ମୁତୟନ ଥିବା […]

author-image
Hemant Lenka
ପ୍ରମୁଖ ବିବାଦୀୟ ସ୍ଥାନରୁ ପଛକୁ ହଟିଲେ ଭାରତ-ଚାଇନା ସୈନ୍ୟ

china

ନୂଆଦିଲ୍ଲୀ: ଭାରତ ଓ ଚାଇନା ସୀମା ବିବାଦକୁ ନେଇ ବଡ଼ ଖବର ଆସିଛି। ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗସ ଅଞ୍ଚଳରୁ ଉଭୟ ଦେଶ ସେମାନଙ୍କ ସୈନ୍ୟମାନଙ୍କୁ ପଛକୁ ହଟାଇବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଣ୍ଟ ନେଇ ସହମତି ପ୍ରକାଶ ପାଇଥିଲା। ଏହି ବୁଝାମଣା ଅନୁଯାୟୀ ଏବେ ଗୋଗ୍ରା-ହଟ ସ୍ପ୍ରିଙ୍ଗସରୁ ସୈନ୍ୟ ଅପସାରଣ କରାଯାଉଥିବା ଦୁଇ ଦେଶ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଦୀର୍ଘ ଦିନ ହେଲା ଭାରତୀୟ ସୀମା ନିକଟରେ ମୁତୟନ ଥିବା ଚାଇନିଜ ସୈନ୍ୟମାନେ ୨୦୨୦ ମସିହାର ସ୍ଥିତାବସ୍ଥା ବଜାୟୀ ରଖିବେ। ଏହାର ଅର୍ଥ ସେମାନେ ୨୦୨୦ ପୂର୍ବରୁ ଯେଉଁ ସ୍ଥାନରେ ମୁତୟନ ହୋଇଥିଲେ ଏବେ ସେହି ସ୍ଥାନକୁ ଫେରିବେ। ଭାରତୀୟ ସୈନ୍ୟ ମଧ୍ୟ ସ୍ଥିତାବସ୍ଥା ବଜାୟୀ ରଖିବ ବୋଲି ଜଣାପଡ଼ିଛି।

ଚାଇନାର ଯବାନମାନେ ବିଭିନ୍ନ ସ୍ଥାନରେ ସୀମା ନିୟମ ଉଲ୍ଲଙ୍ଘନ କରିବାରୁ ୨୦୨୦ ମସିହାର ଏପ୍ରିଲ-ମେରୁ ତିକ୍ତତା ଆରମ୍ଭ ହୋଇଥିଲା। ସ୍ଥିତାବସ୍ଥାକୁ ବିଜୟୀ ନ ରଖିବାରୁ ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦିଆଯାଇଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୨୦୨୦ ମସିହା ଜୁନ ମାସରେ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ବିବାଦର ସମାଧାନ କରିବା ପାଇଁ ଉଭୟ ଦେଶ ଆଲୋଚନାକୁ ଫେରିଥିଲେ। ଏବେ ଧୀରେଧୀରେ ଆଲୋଚନା ଫଳପ୍ରଦ ହେବାରେ ଲାଗିଛି।

Advertisment

ଉଭୟ ଦେଶ ଜାରି କରିଥିବା ମିଳିତ ବିବୃତିରେ କହିଛନ୍ତି, ୧୬ତମ ଭାରତ-ଚାଇନା କ୍ରପ୍ସ କମାଣ୍ଡ ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଠାରୁ ଅର୍ଥାତ ୮ ସେପ୍ଟେମ୍ବରରୁ ସୀମାରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ଓ ଚାଇନିଜ ଟ୍ରୁପ୍ସ ଗୋଗ୍ରା-ହଟ ସ୍ପ୍ରିଙ୍ଗସ(ପିପି-୧୫) ଅଞ୍ଚଳରୁ ଯୋଜନା ଅନୁଯାୟୀ ପଛକୁ ହଟିବାରେ ଲାଗିଛନ୍ତି। ଏହି ପଦକ୍ଷେପ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବାରେ ସହାୟକ ହେବ ବୋଲି ବିବୃତିରେ କୁହାଯାଇଛି।

ଜୁଲାଇ ୧୭ରେ ଉଭୟ ଦେଶ ମଧ୍ୟରେ କ୍ରପ୍ସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଭାରତ ଓ ଚାଇନାର ଅଧିକାରୀମାନେ ମାର୍ଚ୍ଚ ମାସରେ ମଧ୍ୟ ବୈଠକ କରିଥିଲେ। ବୈଠକ ପରେ ଉତ୍ତର ଓ ଦକ୍ଷିଣ ପାଙ୍ଗୋଙ୍ଗ ଟିଏସଓ ଏବଂ ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର ହୋଇଥିଲା। କିନ୍ତୁ ଆଉ କିଛି ଅଞ୍ଚଳରେ ପୂର୍ବ ଭଳି ବିବାଦ ଲାଗି ରହିଥିଲେ। ଏବେ ଲଦାଖର ପ୍ରମୁଖ ଗୋଗ୍ରା- ହଟ ସ୍ପ୍ରିଙ୍ଗସରୁ ସେନା ପ୍ରତ୍ୟାହାର ବଡ଼ ଆଶ୍ୱସ୍ତି ଆଣିଛି।