Advertisment

ସୌର ଶକ୍ତିର ଉପଯୋଗ ବିଷୟରେ କହିଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣ ଥିଲା। କାର୍ଯ୍ୟକ୍ରମରେ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ । ପୂର୍ବରୁ ଗୁଜୁରାଟରେ ଛଟ୍ ପୂଜା ନଥିଲା । କିନ୍ତୁ ସମୟ ସହିତ ପ୍ରାୟ ପୂରା ଗୁଜୁରାଟରେ ଛଟ୍ […]

ଅଦ୍ୟତନ ହୋଇଛି
ଝୁଲାପୋଲ ଟ୍ରାଜେଡି ମୋତେ ମର୍ମାହତ କରିଛି, କିନ୍ତୁ କର୍ତ୍ତବ୍ୟ ପଥକୁ ଅନୁସରଣ କରିବାକୁ ପଡ଼ିବ

modi

Advertisment

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣ ଥିଲା। କାର୍ଯ୍ୟକ୍ରମରେ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ । ପୂର୍ବରୁ ଗୁଜୁରାଟରେ ଛଟ୍ ପୂଜା ନଥିଲା । କିନ୍ତୁ ସମୟ ସହିତ ପ୍ରାୟ ପୂରା ଗୁଜୁରାଟରେ ଛଟ୍ ପୂଜା ଆରମ୍ଭ ହୋଇଛି । ଏହା ଦେଖି ମୁଁ ବହୁତ ଖୁସି ହେଉଛି ।

Advertisment

ଦେଶର ବିଭିନ୍ନ ସ୍ଥାନରୁ ଛଟ୍ ପୂଜାର ସୁନ୍ଦର ସୁନ୍ଦର ଚିତ୍ର ଆସୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୌର ଶକ୍ତି’ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ସୌର ଶକ୍ତି ଉପଯୋଗର କଥା ଉଠାଇଛନ୍ତି । ସୌର ଶକ୍ତିକୁ ନେଇ ଦୁନିଆ ନୂଆ ଭବିଷ୍ୟତ ଦେଖୁଛି । ସୌର ଶକ୍ତିରୁ ଭାରତ ବିଦ୍ୟୁତ୍ ଉତ୍ପାନ କରୁଛି । ସେହିପରି ଚଳିତ ମାସରେ ୨୩ଟି ‘ଆଇଆଇଟି’ ସେମାନଙ୍କର ‘ରିସର୍ଚ ପ୍ରୋଜେକ୍ଟ୍‌’ ପ୍ରଦର୍ଶନ କରିବାକୁ ଆସିଥିଲେ। ନବଜାତକ ବା କୋଳଛୁଆଙ୍କ ପାଇଁ  ଆଇଆଇଟି-ଭୁବନେଶ୍ୱର  ଟିମ୍‌  ଗୋଟାଏ ପୋର୍ଟେବ୍ଲ୍‌ ଭେଣ୍ଟିଲେଟର୍‌ ନିର୍ମାଣ କରିଛି। ଏହି ଭେଣ୍ଟିଲେଟର୍‌ ବ୍ୟାଟେରି ବଳରେ ଚାଲିପାରିବ।

ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ୱ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ବୋଲି ମୋଦି କହିଛନ୍ତି। ମହାକାଶ ଅଭିଯାନ ସଫଳ ପ୍ରସଙ୍ଗ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସେ ପୁରୁଣା ଦିନ କଥା ସବୁ ମନେଅଛି। ଭାରତକୁ ‘କ୍ରାୟୋଜେନିକ୍‌ ରକେଟ୍‌ ଟେକ୍ନୋଲୋଜି’ ଦେବାକୁ ଅଗ୍ରାହ୍ୟ କରାଯାଇଥିଲା। କିନ୍ତୁ, ଭାରତୀୟ ବୈଜ୍ଞାନିକମାନେ କେବଳ ସ୍ୱଦେଶୀ ବୈଷୟିକ ବିଦ୍ୟା ବିକଶିତ କରିନାହାନ୍ତି, ବରଂ ଆଜି ଏହାଦ୍ବାରା ମହାକାଶକୁ ଏକକାଳୀନ ଅନେକଗୁଡ଼ିଏ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରୁଛନ୍ତି। ଏହା ବ୍ୟତୀତ ଓଡ଼ିଶାର କୁନି ଦେହୁରୀଙ୍କୁ ନେଇ ରୋଜଗାରର ନୂଆ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କୁନି ଦେହୁରୀ ବର୍ତ୍ତମାନ ସୌର ଶକ୍ତି ସହାୟତାରେ ନିଜର ରୋଜଗାର କରୁଛନ୍ତି । ସୌର ଶକ୍ତି ଜରିଆରେ ରୋଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି । ତାହା ସହିତ କୁନି ରୋଜଗାର କରିବା ସହ ଅନ୍ୟକୁ ସେ ବାଟ ଦେଖାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe