Advertisment

ସାଇଲେଣ୍ଟ କିଲର ଭଳି ମାଡ଼ୁଛି ମହାମାରୀ କୋଭିଡ୍‌

ନୂଆଦିଲ୍ଲୀ: କୋଭିଡ୍‌ ମହାରମାରୀ ଏବେ ସାଇଲେଣ୍ଟ କିଲର ସ୍ଥିତିରେ। ଭାଇରସ ପୂର୍ବଭଳି ପ୍ରଭାବଶାଳୀ ନଥିଲେ ମଧ୍ୟ ତାର ଉପସ୍ଥିତି ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୪୯ ଟି ମାମଲା ଚିହ୍ନଟ ହୋଇଛି।  ଗତକାଲିଠାରୁ ଆଜି ସଂକ୍ରମଣ ହାର ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୩୧,୬୪୫ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ଟିଭ ମାମଲା ୮୧,୬୮୭ ଅଛି। ଯଦି କୋଭିଡ ସଂକ୍ରମଣରେ ଦେଶରେ ଟପ୍‌ ୫ଟି ରାଜ୍ୟ […]

author-image
Tapas Behera
ଅଦ୍ୟତନ ହୋଇଛି
ଆଇନ ବିଶ୍ୱବିଦ୍ୟାଳୟରେ ଫୁଟିଲା କରୋନା ବୋମା, ଏକାଥରେ ୬୦ ଛାତ୍ର ପଜିଟିଭ

COVID19

ନୂଆଦିଲ୍ଲୀ: କୋଭିଡ୍‌ ମହାରମାରୀ ଏବେ ସାଇଲେଣ୍ଟ କିଲର ସ୍ଥିତିରେ। ଭାଇରସ ପୂର୍ବଭଳି ପ୍ରଭାବଶାଳୀ ନଥିଲେ ମଧ୍ୟ ତାର ଉପସ୍ଥିତି ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୪୯ ଟି ମାମଲା ଚିହ୍ନଟ ହୋଇଛି।  ଗତକାଲିଠାରୁ ଆଜି ସଂକ୍ରମଣ ହାର ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୩୧,୬୪୫ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ଟିଭ ମାମଲା ୮୧,୬୮୭ ଅଛି।

Advertisment

ଯଦି କୋଭିଡ ସଂକ୍ରମଣରେ ଦେଶରେ ଟପ୍‌ ୫ଟି ରାଜ୍ୟ ଦେଖାଯାଏ ତେବେ ପ୍ରଥମ ମହାରାଷ୍ଟ୍ର ୩୬୫୯ କ୍ୟାସ, ତାପଛକୁ କେରଳ ୨,୬୦୯, ଦିଲ୍ଲୀ ୧୩୮୩, କର୍ଣ୍ଣାଟକ ୭୩୮ ଏବଂ ତାମିଲନାଡ଼ୁରେ ୭୩୭ଟି ମାମାଲା ରୁଜୁ ହୋଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ରଜୁ ହୋଇଥିବା ମାମଲାରୁ ସର୍ବାଧିକ ୭୪.୫ ପ୍ରତିଶତ ଏହି ୫ ରାଜ୍ୟରେ ରହିଛି। କେବଳ ମହାରାଷ୍ଟ୍ରରେ ୨୯.୮୭ ପ୍ରତିଶତ ରହିଛି।  ସେହିପରି ଦିନକରେ ଦେଶରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟ ୫,୨୪,୯୦୩ରେ ପହଞ୍ଚିଛି। ସେହିପରି କରୋନାରୁ ରିକଭରି ରେଟ ୯୮.୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୬୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ସମୁଦାୟ ୪,୨୭,୨୫,୦୫୫ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ଆକ୍ଟିଭ ମାମଲା ୨୩୭୪ଟି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୮,୨୯୧ ଟିକା ପ୍ରକାନ କରାଯାଇଛି।

Advertisment
Corona Cases In India