Advertisment

ପାକିସ୍ତାନ ଉପରେ ଚାପ ପକାଇଲା ଭାରତ, ଟାର୍ଗେଟରେ ଲସ୍କର ଓ ଜୈଶ

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ପୁଣିଥରେ ଭାରତ ପଡ଼ୋଶୀ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କରିଛି। ଏସ୍‌ସିଓରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର ଓ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି। ସେ ଆତଙ୍କବାଦ ବିରୋଧରେ ଜାତିସଂଘ ପାରିତ କରିଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ସହ ଆତଙ୍କୀ ଘୋଷିତ ସଂଗଠନ ଉପରେ କଟକଣା […]

ଅଦ୍ୟତନ ହୋଇଛି
ପାକିସ୍ତାନ ଉପରେ ଚାପ ପକାଇଲା ଭାରତ, ଟାର୍ଗେଟରେ ଲସ୍କର ଓ ଜୈଶ

SCO

Advertisment

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ପୁଣିଥରେ ଭାରତ ପଡ଼ୋଶୀ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କରିଛି। ଏସ୍‌ସିଓରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର ଓ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି।

Advertisment

ସେ ଆତଙ୍କବାଦ ବିରୋଧରେ ଜାତିସଂଘ ପାରିତ କରିଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ସହ ଆତଙ୍କୀ ଘୋଷିତ ସଂଗଠନ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି।

ଗୁରୁବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଗୁଡ଼ିକ ବିରୋଧରେ ଦୃଷ୍ଟାନ୍ତ ଓ କଠୋର ପଦକ୍ଷେପ ନେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏସ୍‌ସିଓରେ ଭାରତ ପଡ଼ୋଶୀ ଆଫଗାନିସ୍ତାନରୁ ଆତଙ୍କବାଦ କାର୍ଯ୍ୟକଳାପ ଚଳାଉଛି ବୋଲି କହିବା ପରେ ଏସ୍ ଜୟଶଙ୍କର ଏହାର ଜବାବରେ ଏପରି କହିଥିଲେ।

Advertisment

ଏସ୍‌ସିଓର ଏନଏସ୍‌ଏ ବୈଠକରେ ସମସ୍ତେ ସବୁ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି। ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଦେଶଗୁଡ଼ିକୁ ସବୁ ଦେଶର ଏନଏସ୍‌ଏମାନେ ବିରୋଧ କରିବା ସହ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଉପରେ ଆଲୋଚନା କରିଛନ୍ତି।

ଏହି ସମୟରେ ଭାରତର ଏନଏସ୍‌ଏ ଅଜିତ ଡୋଭାଲ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବା ପାଇଁ ଲସ୍କର ଓ ଜୈଶ ବିରୋଧରେ ଆକ୍ସନ ପ୍ଲାନ ବିଷୟରେ ପ୍ରସ୍ତାବ ରଖିଥିଲେ। ଟେରର ଫାଇନାନ୍ସିଂକୁ ରୋକିବା ପାଇଁ ସେ ଅନ୍ତର୍ଜାତୀୟ ସ୍ତରର ବ୍ୟବସ୍ଥା ସହ ଏସ୍‌ସିଓ ଏବଂ ଏଫଏଟିଏଫ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ରୋକିବାକୁ ଏମୟୁ ସ୍ୱାକ୍ଷର କରିବା ଦିଗରେ ଗୁରୁତ୍ୱ ଦେଇଥିଲେ।

ସୀମା ପାର ଆତଙ୍କବାଦର ଶିକାର ହେଉଥିବା ରାଷ୍ଟ୍ରକୁ ନ୍ୟାୟ ଦେବାକୁ ମଧ୍ୟ ଏସସିଓ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ଡୋଭାଲ ମତ ରଖିଛନ୍ତି।

Ajit Doval
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe