Vaccine
ନୂଆଦିଲ୍ଲୀ: ଟିକାକରଣରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ଭାରତ । ଦେଶରେ ୨ଶହ କୋଟି ଡୋଜ୍ ଟିକାକରଣ ହୋଇଛି । ୧୬ ଜାନୁଆରୀ ୨୦୨୧ରୁ ଭ୍ୟାକସିନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏଁ ୨୦୦ କୋଟି ମାର୍କକୁ ପାର କରିଛି । ଏହି ଅଭିଯାନରେ ୫ କୋଟି ୪୮ ଲକ୍ଷ ବୁଷ୍ଟର ଡୋଜ୍ ବି ରହିଛି। ପ୍ରଥମ ୧୦୦ କୋଟି ଟିକାକରଣ ୨୭୭ ଦିନରେ ହାସଲ ହୋଇଥିଲା । ତାସହ ଗୋଟିଏ ଦିନରେ ଅଢ଼େଇ କୋଟି ଟିକା ନେବା ଭଳି ବିରଳ ରେକର୍ଡ ବି ଭାରତରେ ହୋଇଛି ।
ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି । ସେପଟେ ଆଜି କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଦେଶରେ ଦୈନିକ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ସଂଖ୍ୟା ୨୦,୦୦୦ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ପଜିଟିଭିଟି ହାର ୫.୨୩% ହୋଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୫୫% ଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୨୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୯ ମୃତ୍ୟୁ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୫୨୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୭,୫୦,୫୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୭୦୯ରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/Vaccine-1.jpg)