ନୂଆଦିଲ୍ଲୀ: ଧିରେ ଧିରେ ଶକ୍ତି ବୃଦ୍ଧି କରୁଛି କରୋନା। ପୁଣି ଉପର ମୁହାଁ ହେଲାଣି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୩୩୭୭ଟି ନୂଆ କୋଭିଡ୍ ମାମଲା ରେକର୍ଡ଼ ହୋଇଛି। ସେଥିରୁ ଆକ୍ଟିଭ ମାମଲା ରହିଛି ୧୭,୮୦୧। ଦେଶରେ ସବାଧିକ ମାମଲା ରାଜଧାନୀ ଦିଲ୍ଲୀରେ ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୪୯୬ଟି ମାମଲା ସାମ୍ନାକୁ ଆସିଛି। ଏଯାଏଁ ଦେଶରେ ୪,୨୫,୩୦,୬୨୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ହାର ୦.୭୧ ପ୍ରତିଶତକୁ ବୃଦ୍ଧି ପାଇଥିବା ବଳେ ସାପ୍ତାହିକ ପଜିଟିଭିଟି ରେଟ୍ ୦.୬୩ ପ୍ରତିଶତ ରହିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରା ଏବେ ୫୨୫୦ଟି ଆକ୍ଟିଭ ମାମଲା ରହିଛି। ଏଠାରେ ପଜିଟିଭିଟି ରେଟ ୪.୬୨ ପ୍ରତିଶତ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୮,୬୫,୪୬,୮୯୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଆଇସିଏମ୍ଆର୍ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୩,୬୯,୪୫,୩୮୩ଟି ନମୁନା ପରୀକ୍ଷା କରାଯାଇଛି।
ଗତକାଲି ୪,୭୩,୬୩୫ଟି ନମୁନା ପରୀକ୍ଷା କରାଯାଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ହୋଇଥିବା ୬୦ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁ ସଂଖ୍ୟା ୫,୨୩,୭୫୩ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।