/odisha-reporter/media/post_attachments/uploads/2020/06/Untitled-1-6.jpg)
china-india
ନୂଆଦିଲ୍ଲୀ : ଚାଇନା ସଂଲଗ୍ନ ଏଲଏସିଠାରୁ ୧୦୦ କିମି ଦୂର ଉତ୍ତରାଖଣ୍ଡରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ସମରାଭ୍ୟାସ ଚାଲିଛି। ଏହାକୁ ନେଇ ଚାଇନା ପ୍ରତିବାଦ କରିଥିବା ବେଳେ ଜବାବ ଦେଇଛି ଭାରତ। ବେଜିଂର ପ୍ରତିବାଦକୁ ଖଣ୍ଡନ କରିଛି ଭାରତ । ଭାରତ କହିଛି ଯେ ଏହି ପ୍ରସଙ୍ଗରେ ଚାଇନାର କିଛି କହିବାର ଅଧିକାର ନାହିଁ। କାରଣ ଏଠାରେ ଚାଇନାର ‘ଭିଟୋ କ୍ଷମତା’ ନାହିଁ। ଭାରତର ସମରାଭ୍ୟାସ ସମ୍ପର୍କରେ ଚାଇନା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର କିଛି କହିବାର ଅଧିକାର ନାହିଁ। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ‘ଯୁଦ୍ଧ ଅଭ୍ୟାସ’ ନାମରେ ଚାଲିଥିବା ସମରାଭ୍ୟାସ ୧୯୯୩ ରାଜିନାମାକୁ ଉଲ୍ଲଙ୍ଘନ କରୁ ନାହଁ। ବରଂ ଚାଇନା ଏହି ରାଜିନାମାକୁ ଉଲ୍ଲଙ୍ଘନ କରିଚାଲିଛି।
ତେଣୁ ଚାଇନା ପ୍ରଥମେ ଆତ୍ମସମୀକ୍ଷା କରିବା ଦରକାର। ଯୁଦ୍ଧ ଅଭ୍ୟାସ ନାମରେ ଭାରତ-ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସ ପ୍ରତିବର୍ଷ ହୋଇଥାଏ। ତେବେ ବୁଧବାର ଚାଇନା ଏହି ସମରାଭ୍ୟାସକୁ ନେଇ ପ୍ରତିବାଦ କରିଥିଲା। ଜାଇନା କହିଥିଲା ଯେ ଏହି ସମରାଭ୍ୟାସ ୧୯୯୩ ଓ ୧୯୯୬ରେ ଭାରତ-ଚାଇନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଙ୍ଘନ କରୁଛି।
ଏହାଦ୍ୱାରା ଦୁଇ ଦେଶ ପରସ୍ପରର ବିଶ୍ୱାସଭାଜନ ହୋଇପାରିବେ ନାହିଁ। ଏହା ପୂର୍ବରୁ ଭାରତ କହିଥିଲା ଯେ ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏଲଏସିର ବିବାଦୀୟ ଅଞ୍ଚଳରେ ବିପୁଳ ସୈନ୍ୟ ମୁତୟନ ଯୋଜନା କରୁଛି। ୨୦୨୦ ଜୁନ୍ରେ ହୋଇଥିବା ଗଲୱାନ ସଂଘର୍ଷ ପରଠାରୁ ଭାରତ ଓ ଚୀନ ସମ୍ପର୍କରେ ଉତ୍ତେଜନା ଲାଗି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
