Advertisment

ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ଲକ୍ଷେକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିଥିବାରୁ ଏବେ ବିପଦ ଟଳିନି। ସୋମବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୦,୬୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୬୧ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତର ୯ ଦିନ ଧରି କରୋନା ସଂକ୍ରମଣ ୨ […]

ଅଦ୍ୟତନ ହୋଇଛି
କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩.୨୯ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୮୭୬ ଜଣଙ୍କ ମୃତ୍ୟୁ

corona

Advertisment

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିଥିବାରୁ ଏବେ ବିପଦ ଟଳିନି। ସୋମବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୦,୬୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୬୧ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତର ୯ ଦିନ ଧରି କରୋନା ସଂକ୍ରମଣ ୨ ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି।

Advertisment

ପ୍ରତିଦିନର ସଂକ୍ରମଣ ରିପୋର୍ଟ ପୂର୍ବ ଦିନର ରିପୋର୍ଟ ମଧ୍ୟରେ ବଡ଼ ବ୍ୟବଧାନ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ସେଭଳି ହ୍ରାସ ପାଉଥିବା ଦେଖିବାକୁ ମିଳିନି। ଯାହା ଚିନ୍ତାର କାରଣ। ବିଗତ ୨୪ ଘଣ୍ଟାରେ ୨୪୨୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧,୭୪,୩୯୯ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୧୪ ଲକ୍ଷ ତଳକୁ ଖସିଛି। ଯଦି ଗତକାଲିର ରିପୋର୍ଟକୁ ଅନୁଧ୍ୟାନ କରାଯିବ ତାହେଲେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୭୬,୧୯୦ ଚିକିତ୍ସାଧୀନ ସଂଖ୍ୟା କମିଛି।

https://twitter.com/ANI/status/1401746802181742594?s=20

ମୋଟାମୋଟି ଭାବରେ ୨୫ ଦିନ ହେବ କରୋନାର ନୂଆ ସଂକ୍ରମିତ ହ୍ରାସ ପାଇ ଚାଲିଛି। ଏବେ ଦେଶର ଆରୋଗ୍ୟ ହାର ୯୩.୯୪% କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭିଟି ହାର ୫.୭୮%ରୁ କମିଛି, କ୍ରମାଗତ ୧୨ ଦିନ ଧରି ଏହି ହାର ୧୦% ତଳେ ରହିଛି। ସେହିପରି ସାପ୍ତାହିକ ସଂକ୍ରମିତ ହାର ୬.୩୪% ରହିଥିବା ସୂଚନା ରହିଛି। ଲଗାତାର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୩.୨୭ କୋଟି କରୋନା ଟିକା ଦିଆଯାଇଛି।

Advertisment
Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe