Advertisment

୨୪ ଘଣ୍ଟାରେ ୩୦ ଜଣଙ୍କ ଜୀବନ ନେଲା କୋଭିଡ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଶକ୍ତିଶାଳି ହେଉଛି ମହାମାରୀ କୋଭିଡ୍‌।  ସ୍ଥିତି ଏମିତି ହେଲାଣି ଦୈନିକ ମାମଲା ୧୫,୦୦୦ ଛୁଇଁଲାଣି।  ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର  ୧୪,୫୦୬ କରୋନାଭାଇରସ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୦ ଜଣକର ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୪୩୩,୩୪୫ରେ ପହଞ୍ଚିଛି। ଦେଶରେ ଏବେ ଆକ୍ଟିଭ ମାମଲା ୯୯୬୦୨ ରହିଛି। । କୋଭିଡ୍‌ରେ […]

author-image
Tapas Behera
ଅଦ୍ୟତନ ହୋଇଛି
ପୁଣି ସ୍ଥିତି ଜାହିର କଲା କରୋନା, ୨୪ ଘଣ୍ଟାରେ ଅଢ଼େଇ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

Covid19

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଶକ୍ତିଶାଳି ହେଉଛି ମହାମାରୀ କୋଭିଡ୍‌।  ସ୍ଥିତି ଏମିତି ହେଲାଣି ଦୈନିକ ମାମଲା ୧୫,୦୦୦ ଛୁଇଁଲାଣି।  ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର  ୧୪,୫୦୬ କରୋନାଭାଇରସ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୦ ଜଣକର ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୪୩୩,୩୪୫ରେ ପହଞ୍ଚିଛି।

Advertisment

ଦେଶରେ ଏବେ ଆକ୍ଟିଭ ମାମଲା ୯୯୬୦୨ ରହିଛି। । କୋଭିଡ୍‌ରେ ମୋଟ ୫,୨୫,୦୭୭ ମୃତ୍ୟୁ ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୧୫୭୪ ଜଣ ସୁସ୍ଥ ହୋଇଛନ୍ତି। ଏଯାଏଁ ୪,୨୮,୦୮୬,୬୬ ଜଣ କୋଭିଡରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଦେଶରେ ସୁବଠାରୁ କୋଭିଡର ପ୍ରକୋପ ମହାରାଷ୍ଟ୍ରରେ ଅଧିକ ରହିଛି। ସୋମବାର ତୁଳନାରେ ୪୭ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ୩୪୮୨ ମାମଲା ରେକର୍ଡ ହୋଇଛି ।

ଏଥିସହ କ୍ରମାଗତ ତୃତୀୟ ଦିନ ପାଇଁ ମହାରାଷ୍ଟ୍ରରେ ୫ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୭,୪୬,୫୭,୧୩୮ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। ଗତକାଲି ସୁଦ୍ଧା ସମୁଦାୟ ୮୬,୧୯,୨୩,୦୫୯ଟି ନମୁନା ପରୀକ୍ଷା କରାଯାଇଥିଲା।

Advertisment
Corona Death