Advertisment

ତଳ ମୁହାଁ ହେଉଛି କରୋନା ମାମଲା

ନୂଆଦିଲ୍ଲୀ: ତଳ ମୁହାଁ ହେଉଛି କରୋନା ମାମଲା। ଦେଶରେ ଖସୁଛି ସଂକ୍ରମଣ ହାର। ଦେଶରେ ଦୈନିକ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ଦୁଇ ହଜାର ତଳକୁ ଚାଲି ଆସିଛି।  ଆକ୍ଟିଭ ସଂଖ୍ୟା ହ୍ରାସ ପାଇ ୨୪ ହଜାର ତଳେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟରୁ ଜଣାପଡ଼ିଛି। ରବିବାର ସକାଳ ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୯୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪ ମୃତ୍ୟୁ ରେକର୍ଡ କରାଯାଇଛି।  ନୂତନ ଆକ୍ରାନ୍ତଙ୍କୁ […]

ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ'

Covid19

Advertisment

ନୂଆଦିଲ୍ଲୀ: ତଳ ମୁହାଁ ହେଉଛି କରୋନା ମାମଲା। ଦେଶରେ ଖସୁଛି ସଂକ୍ରମଣ ହାର। ଦେଶରେ ଦୈନିକ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ଦୁଇ ହଜାର ତଳକୁ ଚାଲି ଆସିଛି।  ଆକ୍ଟିଭ ସଂଖ୍ୟା ହ୍ରାସ ପାଇ ୨୪ ହଜାର ତଳେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟରୁ ଜଣାପଡ଼ିଛି। ରବିବାର ସକାଳ ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୯୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪ ମୃତ୍ୟୁ ରେକର୍ଡ କରାଯାଇଛି।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୪୨,୭୪୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୪ ଜଣକ ମୃତ୍ୟୁ ଘଟିଛି।

Advertisment

ଏହାକୁ  ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୮,୯୬୧ରେ ପହଞ୍ଚିଛି। ସେହିପରି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୦,୯୦,୩୪୯।  ଏହି ହାର ୯୮.୭୬% ରହିଛି। ଏଥିସହ ଦେଶରେ ଆକ୍ଟିଭ ମାମଲା ୨୩,୪୩୨ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୫ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୯,୫୫,୯୮,୯୪୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe