Advertisment

ପୁଣି ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୪୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ତୃତୀୟ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୨ ହଜାର ଉପରେ ରେକର୍ଡ କରାଯାଇଛି। ଗୁରୁବାର ୨୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୨୪୫୦ ପାର କରିଛି। ସେହିପରି ଗୁରୁବାର ସକ୍ରିୟ ରୋଗୀଙ୍କ ମାମଲା ୧୩,୪୩୩ ରହିଥିଲା। କିନ୍ତୁ ଏଥିରେ ଆଜି ଆଉ […]

author-image
Hemant Lenka
ଅଦ୍ୟତନ ହୋଇଛି
ପୁଣି ବଢ଼ିଲା କରୋନା ସଂକ୍ରମଣ

corona

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୪୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ତୃତୀୟ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୨ ହଜାର ଉପରେ ରେକର୍ଡ କରାଯାଇଛି।

Advertisment

ଗୁରୁବାର ୨୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୨୪୫୦ ପାର କରିଛି। ସେହିପରି ଗୁରୁବାର ସକ୍ରିୟ ରୋଗୀଙ୍କ ମାମଲା ୧୩,୪୩୩ ରହିଥିଲା। କିନ୍ତୁ ଏଥିରେ ଆଜି ଆଉ ୮୦୮ ନୂଆ ଆକ୍ରାନ୍ତ ଯୋଡ଼ି ହୋଇଯାଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪,୨୪୧କୁ ବଢ଼ିଛି।

ବୁଧବାର ଦେଶରେ ୨୦୬୭ ଓ ମଙ୍ଗଳବାର ୧୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ କ୍ରମାଗତ ଭାବେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।

Advertisment

୨୪ ଘଣ୍ଟାରେ କରୋନା ଯୋଗୁ ସମଗ୍ର ଦେଶରେ ୫୪ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୨,୧୧୬ରେ ପହଞ୍ଚିଛି। ସେହିପରି ଦିନକରେ କରୋନାକୁ ୧୫୮୯ ଜଣ ମାତ ଦେଇଛନ୍ତି। ଏଯାଏ କରୋନାରୁ ୪,୨୫,୧୬,୦୬୮ ଜଣ ସୁସ୍ଥ ହେଲାଣି।

ଅନ୍ୟପକ୍ଷରେ ଶୁକ୍ରବାର ଚେନ୍ନାଇ ଆଇଆଇଟିର ୧୨ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଇଆଇଟିର ୧୮ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହା ମଧ୍ୟରୁ ୧୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Corona Cases In Odisha