୬୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ, ପୁଣି ୧୬୪୭ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଆହୁରି ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ଆଉ ୨ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛି। ଏବେ ଦେଶର ଦୈନିକ ସଂକ୍ରମଣ ୬୦ ହଜାରକୁ ଖସି ଆସିଛି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ସାମାନ୍ୟ ବଢ଼ିଛି। ୨୪ ଘଣ୍ଟାରେ ଆଉ ୧୬୪୭ ଜଣଙ୍କ ଜୀବନ ନେଇଛି ଏହି କିଲର କରୋନା। ତେବେ କ୍ରମାଗତ ଭାବେ ଆକ୍ଟିଭ କେସ୍‌ ହ୍ରାସ ପାଇବ ଓ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ […]

Corona

Corona

Hemant Lenka
  • Published: Saturday, 19 June 2021
  • Updated: 19 June 2021, 12:22 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଆହୁରି ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ଆଉ ୨ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛି। ଏବେ ଦେଶର ଦୈନିକ ସଂକ୍ରମଣ ୬୦ ହଜାରକୁ ଖସି ଆସିଛି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ସାମାନ୍ୟ ବଢ଼ିଛି।

୨୪ ଘଣ୍ଟାରେ ଆଉ ୧୬୪୭ ଜଣଙ୍କ ଜୀବନ ନେଇଛି ଏହି କିଲର କରୋନା। ତେବେ କ୍ରମାଗତ ଭାବେ ଆକ୍ଟିଭ କେସ୍‌ ହ୍ରାସ ପାଇବ ଓ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ଆରୋଗ୍ୟ ଲାଭ କରିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦, ୭୫୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହା ୬୨, ୪୮୦ ଥିଲା। ଗୋଟିଏ ଦିନ ପୂର୍ବରୁ ୬୭,୨୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୨୩,୫୪୬କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୦୨,୦୦୯ଟି ନମୁନା ପରୀକ୍ଷା କରାଯାଇଛି।

ସେହିପରି ମହାମାରୀ କରୋନା ଜିନିତ ମୃତ୍ୟୁସଂଖ୍ୟା ଦୀର୍ଘ ଦିନ ପରେ ଗତକାଲି ୨ ହଜାର ତଳକୁ ଖସିଥିଲା। ଗତକାଲି କରୋନା ୧୫୮୭ ଜଣଙ୍କ ମୁଣ୍ଡ ନେଇଥିଲା। ହେଲେ ଆଜି ଏହା ସାମାନ୍ୟ ବଢ଼ିଛି। ୨୪ ଘଣ୍ଟାରେ ଏହି ଭାଇରସ ପଞ୍ଝାରେ ପଡ଼ି ଆଉ ୧୬୪୭ ଜଣଙ୍କ ଜୀବନ ଯାଇଛି। ଗୋଟିଏ ଦିନ ପୂର୍ବରୁ ଏହା ୨୩୩୦ ରହିଥିଲା।

କ୍ରମାଗତ ୩୭ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଦିନକରେ ୯୭,୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୬,୭୮,୩୯୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୭,୬୦,୦୧୯ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍‌ ସଂଖ୍ୟା ଆଜି ୨୮,୦୮୪ ହ୍ରାସ ପାଇଛି।

ଦେଶରେ ଆରୋଗ୍ୟ ହାର ୯୬.୧୬% ଥିବା ବେଳେ ମୃତ୍ୟୁହାର ୧.୨୯% ଓ ପଜିଟିଭିଟି ରେଟ୍‌ ୨.୫୫% ରହିଛି। ଅନ୍ୟପକ୍ଷରେ ଏଯାଏ ଦେଶରେ ୨୭,୨୩,୮୮,୭୮୩ ଡୋଜ୍‌ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ଲୋକଙ୍କୁ ୩୩,୦୦,୦୮୫ ଡୋଜ୍‌ ଟିକା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos