Advertisment

୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୧୧୬୭ ମୃତ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଥିବା ବେଳେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦୀର୍ଘ ମାସ ପରେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ତଳକୁ ଖସିଛି। ଦିନକରେ ୧୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ୫୦ ହଜାରକୁ କମ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ତେବେ ପୂର୍ବଭଳି ଦୈନିକ ମୃତ୍ୟୁସଂଖ୍ୟା ୧ ହଜାରେ ଉପରେ ରହୁଛି। ଦିନକରେ କରୋନା […]

author-image
Hemant Lenka
ଅଦ୍ୟତନ ହୋଇଛି
୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୧୧୬୭ ମୃତ

Corona1

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଥିବା ବେଳେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦୀର୍ଘ ମାସ ପରେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ତଳକୁ ଖସିଛି। ଦିନକରେ ୧୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ୫୦ ହଜାରକୁ କମ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

Advertisment

ତେବେ ପୂର୍ବଭଳି ଦୈନିକ ମୃତ୍ୟୁସଂଖ୍ୟା ୧ ହଜାରେ ଉପରେ ରହୁଛି। ଦିନକରେ କରୋନା ୧୧ଶହରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। କିନ୍ତୁ ଆକ୍ଟିଭ କେସ୍‌ ୬ ଲକ୍ଷକୁ ଖସି ଆସିବା ଏକ ଭଲ ଖବର। କ୍ରମାଗତ ଭାବେ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳୁଛି।

ଦିନକରେ ରେକର୍ଡ ୮୬,୧୬,୩୭୩ ଡୋଜ୍‌ ଟିକାକରଣ କରି ଭାରତ ସାରା ବିଶ୍ୱରେ ରେକର୍ଡ କରିଛି। ଗତକାଲିଠାରୁ ଦେଶରେ ଟିକାରକରଣର ମହାଭିଯାନ ଆରମ୍ଭ ହୋଇଛି। ଏହିକ୍ରମରେ କ୍ୟାମ୍ପେନ ମୋଡରେ ସମଗ୍ର ଦେଶରେ ଟିକାକରଣର କରାଯାଉଛି। ଭାଇରସ ନୂଆ ରୂପ ନେବା ପୂର୍ବରୁ ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦେବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି।

Advertisment

ଏଥିପାଇଁ ସୋମବାର ଠାରୁ କେନ୍ଦ୍ର ପକ୍ଷରୁ ମାଗଣାରେ ରାଜ୍ୟମାନଙ୍କୁ ଟିକା ଯୋଗାଣ କରାଯାଉଛି। ରାଜ୍ୟଗୁଡ଼ିକ ମଧ୍ୟ ନିଜର କ୍ଷମତା ଅନୁସାରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାରେ ଲାଗିଛନ୍ତି। ଜାନୁଆରୀ ୧୬ରୁ ଇତି ମଧ୍ୟରେ ମୋଟ ୨୮,୮୭,୬୬,୨୦୧ ଡୋଜ୍‌ର ଟିକାକରଣ ଶେଷ ହେଲାଣି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୨,୬୪୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୀର୍ଘ ୯୧ ଦିନ ପରେ ଗୋଟିଏ ଦିନରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛି। ଗତକାଲି ଦୀର୍ଘ ୮୮ ଦିନ ପରେ ସବୁଠାରୁ କମ ୫୩, ୨୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ପୂର୍ବଦିନ ୫୮,୪୧୯ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଏହାର ଅର୍ଥ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।

ଦିନକରେ ୧୬,୬୪,୩୬୦ଟି ନମୁନା ପରୀକ୍ଷା କରାଯାଇଛି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି ପାଇଛି।


ସେହିପରି ଗୋଟିଏ ଦିନରେ କରୋନା ଆଉ ୧୧୬୭ ଜଣଙ୍କ ମୁଣ୍ଡ ନେଇଛି। ଗତକାଲି ଏହା ୧୪୨୨ ଓ ଏହାର ଗୋଟିଏ ଦିନ ପୂର୍ବରୁ କିଲର କରୋନା ୧୫୭୬ ଜଣଙ୍କ ଜୀବନ ନେଇଥିଲା। ନୂଆ ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୯,୩୦୨ ଛୁଇଁଛି। ଦେଶରେ କ୍ରମାଗତ ୪୦ ଦିନ ହେଲା ସଂକ୍ରମିତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି।

୨୪ ଘଣ୍ଟା ମଧ୍ୟରେ ଆଉ ୮୧,୮୩୯ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୯,୨୬,୦୩୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୬,୬୨,୫୨୧ ରହିଛି। ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୪୦,୩୬୬ ହ୍ରାସ ଘଟିଛି। ଦୀର୍ଘ ୭୯ ଦିନ ପରେ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ ତଳକୁ ଖସିଛି।

Corona Cases In India