/odisha-reporter/media/post_attachments/uploads/2022/09/UN-1.jpg)
UN
ମିଳିତ ଜାତିସଂଘ: ଦୀର୍ଘ ୭ ମାସ ହେଲା ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଜାତିସଂଘରେ ଆଜି ବଡ଼ ବୟାନ ଦେଇଛି ଭାରତ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଗମ୍ଭୀର ଚିନ୍ତାର ବିଷୟ। ତୁରନ୍ତ ଯୁଦ୍ଧ ବନ୍ଦ ହେବା ଦରକାର ବୋଲି ଭାରତ ବେଶ ଦୃଢ଼ତାର ସହ ଜାତିସଂଘରେ କହିଛି।
ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ୟୁକ୍ରେନରେ ଦେଖାଯାଇଥିବା ଭୟଙ୍କର ପରିସ୍ଥିତି ପୂରା ଅନ୍ତର୍ଜାତୀୟ ସମୂହ ପାଇଁ ଅତ୍ୟନ୍ତ ଗମ୍ଭୀର ଚିନ୍ତାର ବିଷୟ। ସାମ୍ନାକୁ ଆସୁଥିବା ଏହାର ପରିମାଣ ଅତ୍ୟନ୍ତ ବିଚଳିତ କରୁଛି। ଭାରତ ବେଶ ଦୃଢ଼ାତର ସହ ସମସ୍ତ ପ୍ରକାରର ବିବାଦୀୟ ପରିସ୍ଥିତି ଓ ଘଟଣା ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରୁଛି।
ଏଥିସହ ବିବାଦର ସମାଧାନ ପାଇଁ କୂଟନୀତିକ ଆଲୋଚନାକୁ ଫେରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ପଷ୍ଟ ଭାବେ ଏହା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଯୁଦ୍ଧ କରିବାର ଯୁଗ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିବାଦୀୟ ପରିସ୍ଥିତିରେ ମାନବାଧିକାର ଉଲ୍ଲଙ୍ଘନ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନକୁ ଯର୍ଥାର୍ଥ ବୋଲି ଦର୍ଶାଯାଇ ପାରିବ ନାହିଁ। ଯେଉଁଠି ବି ଏପରି ଘଟଣା ଘଟୁଛି, ସେଠାରେ ତୁରନ୍ତ ନିରପେକ୍ଷ ଓ ସ୍ୱତନ୍ତ୍ର ତଦନ୍ତ ହେବା ଅତ୍ୟନ୍ତ ଜରୁରୀ।
ଯୁଦ୍ଧର ପ୍ରଭାବ କେବଳ ପଡ଼ୋଶୀ ଦେଶରେ ପଡ଼େ ନାହିଁ। ଏହା ପୂରା ବିଶ୍ୱକୁ ପ୍ରଭାବିତ କରିଥାଏ। ଆମେ ଯୁଦ୍ଧ ଯୋଗୁ ବିଭିନ୍ନ ସମାଗ୍ରୀର ଦରମଦାମ ବୃଦ୍ଧି ଜନିତ ସମସ୍ୟାର ସମ୍ମୁଖୀନ ହେଉଛେ। ଖାଦ୍ୟଶସ୍ୟ, ସାର, ଓ ତୈଳର ଅଭାବକୁ ଅନୁଭବ କରୁଛେ। ଆଗକୁ ସ୍ଥିତି କ’ଣ ହେବେ, ସେକଥା ମଧ୍ୟ ସମସ୍ତଙ୍କୁ ଚିନ୍ତା କରିବା ପଡ଼ିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
