Advertisment

ଚାଉଳ ଓ ଗହମ ଠାରୁ ଦେଶରେ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ

ନୂଆଦିଲ୍ଲୀ: ଦେଶରେ ବାର୍ଷିକ ଚାଉଳ ଓ ଗହମ ଠାରୁ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ହେଉଛି। ଏବେ ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତ ଅଗ୍ରଣୀ। ଖାଦ୍ୟ ଅଭାବ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ହେଲେ ଏହାକୁ ଅର୍ଥନୀତିଜ୍ଞମାନେ ଦୃଷ୍ଟି ଦେଉନାହାନ୍ତି। ଗୁଜରାଟର ବନସକଣ୍ଠ ଜିଲ୍ଲା ଅନ୍ତର୍ଗତ ଦିଓଧର ଠାରେ ବନାସ ଡାଏରୀର […]

author-image
Niranjan Mishra
ଅଦ୍ୟତନ ହୋଇଛି
୮ ବର୍ଷରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଛି ବିଜେପି: ମୋଦି

MODI

ନୂଆଦିଲ୍ଲୀ: ଦେଶରେ ବାର୍ଷିକ ଚାଉଳ ଓ ଗହମ ଠାରୁ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ହେଉଛି। ଏବେ ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତ ଅଗ୍ରଣୀ। ଖାଦ୍ୟ ଅଭାବ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ହେଲେ ଏହାକୁ ଅର୍ଥନୀତିଜ୍ଞମାନେ ଦୃଷ୍ଟି ଦେଉନାହାନ୍ତି। ଗୁଜରାଟର ବନସକଣ୍ଠ ଜିଲ୍ଲା ଅନ୍ତର୍ଗତ ଦିଓଧର ଠାରେ ବନାସ ଡାଏରୀର ନୂଆ ଦୁଗ୍ଧ ଉତ୍ପାଦନ କମ୍ପ୍ଲେକ୍ସ ଓ ଆଳୁ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଉଦଘାଟନ କରି ସେ ଏହା କହିଛନ୍ତି।

Advertisment

ଗ୍ରାମାଞ୍ଚଳ ବିକେନ୍ଦ୍ରିକରଣ ଅର୍ଥନୀତି ବ୍ୟବସ୍ଥା ଏଥିପାଇଁ ଉଦାହରଣ ହୋଇଛି। ଏହି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ଏବେ ସବୁଠାରୁ ବଡ ହିତାଧିକାରୀ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଏହି ଅବସରରେ ପାଲନପୁର ଠାରେ ସମଗ୍ର ଦେଶ ନିମିତ ବାନାସ ସମ୍ପ୍ରଦାୟ ରେଡିଓ ଷ୍ଟେସନ ଲୋକାର୍ପଣ କରିଥିଲେ। ଛେନା ତିଆରି ବିଭିନ୍ନ ଜିନିଷ ଉତ୍ପାଦନର ଏକ ୟୁନିଟ୍ ଓ ହଳଦି ପାଉଡର ଉତ୍ପାଦନ ୟୁନିଟର ବିସ୍ତାରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରିଥିଲେ। ଡାମା ଠାରେ ଜୈବିକ ଖତ ଓ ବାଓଗ୍ୟାସ୍ ପ୍ଲାଣ୍ଟ ଲୋକାର୍ପଣ କରିଥିଲେ।