Advertisment

ସ୍ୱାଧୀନତା ଦିବସ ପୂର୍ବରୁ ପଣ୍ଡ ହେଲା ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ର

ଶ୍ରୀନଗର: ରାତି ପାହିଲେ ସ୍ୱାଧୀନତା ଦିବସ। ଏହା ପୂର୍ବରୁ ଆତଙ୍କବାଦୀ ବଡ଼ ଷଡ଼ଯନ୍ତ୍ର କରିଥିଲେ। ଯାହା ସୁରକ୍ଷାକର୍ମୀଙ୍କ ସାବଧନତା ପାଇଁ ପଣ୍ଡ ହୋଇଛି। ଜମ୍ମୁ କଶ୍ମୀରର କିଶତ୍ୱର-କେଶଓ୍ୱାନ ରାସ୍ତାରେ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷା କର୍ମୀ ନିଷ୍କ୍ରିୟ କରିଛନ୍ତି। ଯେଉଁଥିପାଇଁ ଏକ ବଡ଼ ବିପଦ ଟଳି ଯାଇଛି। ଆଜି ସକାଳେ ରାସ୍ତାରେ ଏକ ଲଫାଫା ଭଳି ଦେଖାଯାଉଥିବା ଏକ ସନ୍ଦିଗ୍ଧ ସାମଗ୍ରୀ ପଡ଼ିଥିଲା। ଯାହାକୁ ନେଇ ସୁରକ୍ଷାକର୍ମୀ ସନ୍ଦେହ କରିଥିଲେ। ପରେ ଏହା ବିସ୍ଫୋରକ ସାମଗ୍ରୀ ଆଇଡି ବୋଲି […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସ ପୂର୍ବରୁ ପଣ୍ଡ ହେଲା ଆତଙ୍କବାଦୀଙ୍କ ବଡ଼ ଷଡ଼ଯନ୍ତ୍ର

Jammu-kashmir-bomb-explosio

Advertisment

ଶ୍ରୀନଗର: ରାତି ପାହିଲେ ସ୍ୱାଧୀନତା ଦିବସ। ଏହା ପୂର୍ବରୁ ଆତଙ୍କବାଦୀ ବଡ଼ ଷଡ଼ଯନ୍ତ୍ର କରିଥିଲେ। ଯାହା ସୁରକ୍ଷାକର୍ମୀଙ୍କ ସାବଧନତା ପାଇଁ ପଣ୍ଡ ହୋଇଛି। ଜମ୍ମୁ କଶ୍ମୀରର କିଶତ୍ୱର-କେଶଓ୍ୱାନ ରାସ୍ତାରେ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷା କର୍ମୀ ନିଷ୍କ୍ରିୟ କରିଛନ୍ତି। ଯେଉଁଥିପାଇଁ ଏକ ବଡ଼ ବିପଦ ଟଳି ଯାଇଛି। ଆଜି ସକାଳେ ରାସ୍ତାରେ ଏକ ଲଫାଫା ଭଳି ଦେଖାଯାଉଥିବା ଏକ ସନ୍ଦିଗ୍ଧ ସାମଗ୍ରୀ ପଡ଼ିଥିଲା। ଯାହାକୁ ନେଇ ସୁରକ୍ଷାକର୍ମୀ ସନ୍ଦେହ କରିଥିଲେ। ପରେ ଏହା ବିସ୍ଫୋରକ ସାମଗ୍ରୀ ଆଇଡି ବୋଲି ସନ୍ଦେହ କରି ବୋମା ନିଷ୍କ୍ରିୟକାରୀ ଟିମକୁ ଅବଗତ କରାଇଥିଲେ ସୁରକ୍ଷାକର୍ମୀ। ଆତଙ୍କବାଦୀ ଏଭଳି ଷଡ଼ଯନ୍ତ୍ର କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲେ ବୋଲି କୁହାଯାଉଛି।

Advertisment

ଏହି ମାମଲାରେ ମୋଟ୍ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ମାନେ ଏପରି କିଛି ବଡ ଷଡଯନ୍ତ୍ର କରିପାରନ୍ତି ବୋଲି ପୂର୍ବରୁ ଗୁଇନ୍ଦା ରିପୋର୍ଟ ରହିଥିବା ସୂଚନା ରହିଛି। ତେଣୁ ଜମ୍ମୁ କଶ୍ମୀର ସମେତ ବିଭିନ୍ନ ସ୍ଥାନରେ ଏବେ ସୁରକ୍ଷାକର୍ମୀ ଆଲର୍ଟ ରହିଛି। ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହିତ କ୍ରମାଗତ ଭାବରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଚାଲିଛି।

ଏହାପୂର୍ବରୁ ଶୁକ୍ରବାର ଦିନ ଜମ୍ମୁ କଶ୍ମୀରର କିଶତଓ୍ୱାର ଜିଲ୍ଲାରୁ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସୁରକ୍ଷା ଅଧିକାରୀ କହିଛନ୍ତି ଯେ କିଛି ଦିନ ପୂର୍ବେ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ହୋଇଥିଲା ମୁଜାମିଲ ଶାହା। ପୁଲିସ, ସେନା ଏବଂ ସିଆରପିଏଫର ମିଳିତ ଅପରେସନ ପରେ କୁଲନା ଜଙ୍ଗଲରୁ ମୁଜାବିଲକୁ ଗିରଫ କରାଯାଇଛି। ପୁଲିସ ତା ପାଖରୁ ଗ୍ରେନେଡ, ମାଗାଜିନ ଏବଂ ୩୦ ରାଉଣ୍ଡ ଏକେ-୪୭ ରାଇଫଲ ଜବତ କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହେବା ସହିତ ତଦନ୍ତ ଚାଲିଛି।

Advertisment

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂ ବୁଧବାର କହିଥିଲେ ଯେ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ପରି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମ୍ମୁ କଶ୍ମୀରରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହା ସହିତ ସେ ଏପରି କୌଣସି ପ୍ରୟାସକୁ ରୋକିବା ପାଇଁ ସୁରକ୍ଷା ବାହିନୀ ସଚେତନ ଅଛନ୍ତି ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe