Advertisment

ରହିବନି ବିଦେଶୀ ଚିହ୍ନ , ବଦଳିଲା ଭାରତୀୟ ନୌସେନାର ପତାକା

ନୂଆଦିଲ୍ଲୀ: ଭାରତୀୟ ନୌସେନା ପତାକାରେ ଆଉ ରହିବନି ବିଦେଶୀ ଚିହ୍ନ। ଭାରତୀୟ ଛାପ ଥାଇ ଏକ ନୂଆ ରଙ୍ଗରେ ନୌସେନାରେ ଫର ଫର ହୋଇ ଉଡ଼ିବ ନୂଆପତାକା।  ଆଜି ନୌସେନା ପାଇଁ ଏକ ଗୌରବର ଦିନ। ଭାରତୀୟ ନୌସେନାର ପୁରୁଣା ପତାକା ତଥା ପ୍ରତୀକକୁ ଆଜି ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ଆଜି ନୂଆ ପତାକାକୁ ଅନାବରଣ କରିଛନ୍ତି । ଭାରତୀୟ ନୌସେନାର ନୂତନ ପତାକା ତଥା ପ୍ରତୀକ ଛତ୍ରପତି ଶିବାଜୀଙ୍କ ମୋହର […]

ଅଦ୍ୟତନ ହୋଇଛି
ରହିବନି ବିଦେଶୀ ଚିହ୍ନ , ବଦଳିଲା ଭାରତୀୟ ନୌସେନାର ପତାକା

flag

Advertisment

ନୂଆଦିଲ୍ଲୀ: ଭାରତୀୟ ନୌସେନା ପତାକାରେ ଆଉ ରହିବନି ବିଦେଶୀ ଚିହ୍ନ। ଭାରତୀୟ ଛାପ ଥାଇ ଏକ ନୂଆ ରଙ୍ଗରେ ନୌସେନାରେ ଫର ଫର ହୋଇ ଉଡ଼ିବ ନୂଆପତାକା।  ଆଜି ନୌସେନା ପାଇଁ ଏକ ଗୌରବର ଦିନ। ଭାରତୀୟ ନୌସେନାର ପୁରୁଣା ପତାକା ତଥା ପ୍ରତୀକକୁ ଆଜି ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ଆଜି ନୂଆ ପତାକାକୁ ଅନାବରଣ କରିଛନ୍ତି । ଭାରତୀୟ ନୌସେନାର ନୂତନ ପତାକା ତଥା ପ୍ରତୀକ ଛତ୍ରପତି ଶିବାଜୀଙ୍କ ମୋହର ଦ୍ୱାରା ପ୍ରେରିତ ହୋଇଛି । ଏହାର ଉପର ବାମ ପାର୍ଶ୍ୱରେ ଜାତୀୟ ପତାକା ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଏହା ତଳେ ଲଙ୍ଗର ରହିଛି । ଆଜି କୋଚିରେ ‘କୋଚିନ୍‌ ସିପ୍‌ୟାର୍ଡ ଲିମିଟେଡ୍‌’ରେ ଭାରତରେ ନିର୍ମିତ ପ୍ରଥମ ଲଢୁଆବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’କୁ ନୌସେନାରେ ସାମିଲ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଜି ଭାରତ ନିଜ ଉପରୁ ଏକ ଦାସତ୍ୱର ଭାର ଓହ୍ଲାଇ ଦେଇଛି । ଆଜି ଠାରୁ ଭାରତୀୟ ନୌସେନାକୁ ଏକ ନୂତନ ପତାକା ମିଳିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଭାରତୀୟ ନୌସେନା ପତାକା ଉପରେ ଦାସତ୍ୱର ପରିଚୟ ରହିଆସିଥିଲା । କିନ୍ତୁ ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନୂତନ ନୌସେନା ପ୍ରତୀକ ସମୁଦ୍ର ତଥା ଆକାଶରେ ଉଡ଼ିବ ।

Advertisment

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ ନୌସେନାର ନାମକୁ ‘ନାଭାଲ୍ ସର୍ଭିସ’ ନାମରେ ନାମିତ କରାଯାଇଥିଲା। ସେହି ଦିନଠାରୁ ଦେଶ ସ୍ୱାଧୀନ ହେବା ପର୍ୟ୍ୟନ୍ତ ନୌସେନାର ନାମ ‘ନାଭାଲ ସର୍ଭିସ’ ରହିଥିଲା। ଦେଶ ବିଭାଜନ ପରେ ଭାରତ ଓ ପାକିସ୍ତାନ ସେନା ବାହିନୀ ଗଠନ ହେଲା। ସେତେବେଳେ ନୌସେନାକୁ ରୟାଲ ଇଣ୍ଡିଆନ ନୌସେନା ଏବଂ ରୟାଲ ପାକିସ୍ତାନ ନୌସେନା ଭାବରେ ବିଭକ୍ତ କରାଯାଇଥିଲା।
ଏହାପରେ, ୧୯୫୦ ଜାନୁଆରୀ ୨୬ ତାରିଖରେ ରୟାଲ ଶବ୍ଦକୁ ଭାରତୀୟ ନୌସେନାରୁ ହଟାଇ ଦିଆଯାଇଥିଲା। ଏହାର ନାମରେ ପରିବର୍ତ୍ତନ କରାଯାଇ ଭାରତୀୟ ନୌସେନା ରଖାଯାଇଥିଲା। ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ପତାକା ନୌସେନା ପତାକାର ଉପର କୋଣରେ ରହିଥିଲା ।

ଯାହା ବଦଳରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଥିଲା। ଏବେ ନୂତନ ପତାକାରେ ଥିବା କ୍ରସ୍ ସଙ୍କେତକୁ ହଟାଯାଇପାରିବ। ପତାକା ଭିତରେ ଥିବା କ୍ରସ୍ ହେଉଛି ସେଣ୍ଟ ଜର୍ଜଙ୍କର ପ୍ରତୀକ। ପୂର୍ବରୁ ମଧ୍ୟ ନୌସେନା ପତାକାରେ ହୋଇଛି ପରିବର୍ତ୍ତନ। ୨୦୦୧ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ନୌସେନାର ପ୍ରତୀକ ପରିବର୍ତ୍ତନ କରାଯାଇଥିଲା। ଯେଉଁଥିରେ ନୌସେନାର ଧଳା ପତାକା ମଝିରେ ଜର୍ଜ କ୍ରସ୍ ହଟାଇ ଦିଆଯାଇଥିଲା। ପତାକାର ଉପର ବାମ ପଟ ସ୍ଥାନରେ ତ୍ରିରଙ୍ଗାକୁ ଅକ୍ଷୁର୍ଣ୍ଣ ରଖାଗଲା। ତେବେ ଏହି ପରିବର୍ତ୍ତନ ନିଷ୍ପତ୍ତି ଦୀର୍ଘ ସମୟ ପର୍ୟ୍ୟନ୍ତ ଲମ୍ବି ରହିଥିଲା । ଏହି ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବ ଭାଇସ ଆଡମିରାଲ ଭିଆଇସି ବାରବୋଜାଙ୍କ ପକ୍ଷରୁ ଆସିଥିଲା ।

Advertisment
Left Botom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe