Advertisment

ରେଳ ଟିକେଟରେ ମିଳୁଥିବା ରିହାତି ସମ୍ପର୍କରେ ବଡ଼ ସୂଚନା ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରୁ ରେଳବାଇ ଉଠାଇ ଦେଇଥିବା ରିହାତି ଯୋଜନା ଏବେ ବି ବଳବତ୍ତର ରହିଛି। କରୋନା ବେଳେ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ମିଳୁଥିବା ରିହାତି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ଏବେ ରେଳ ଚଳାଚଳ ସ୍ୱାଭାବିକ ହୋଇ ଥିଲେ ମଧ୍ୟ ରିହାତି ଯୋଜନା ଲାଗୁ ହୋଇନି। କେବେ ଲାଗୁ ହେବ, ସେକଥା ମଧ୍ୟ ସରକାର କହି ନାହାନ୍ତି। ଏହାର ଅର୍ଥ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ଆଉ କୌଣସି ପ୍ରକାରର ରିହାତି ମଳିନ ପାରେ। […]

ଅଦ୍ୟତନ ହୋଇଛି
ରେଳ ଟିକେଟରେ ମିଳୁଥିବା ରିହାତି ସମ୍ପର୍କରେ ବଡ଼ ସୂଚନା ଦେଲେ ଅଶ୍ୱିନୀ ବୈଷ୍ଣବ

Indian

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରୁ ରେଳବାଇ ଉଠାଇ ଦେଇଥିବା ରିହାତି ଯୋଜନା ଏବେ ବି ବଳବତ୍ତର ରହିଛି। କରୋନା ବେଳେ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ମିଳୁଥିବା ରିହାତି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ଏବେ ରେଳ ଚଳାଚଳ ସ୍ୱାଭାବିକ ହୋଇ ଥିଲେ ମଧ୍ୟ ରିହାତି ଯୋଜନା ଲାଗୁ ହୋଇନି। କେବେ ଲାଗୁ ହେବ, ସେକଥା ମଧ୍ୟ ସରକାର କହି ନାହାନ୍ତି।

Advertisment

ଏହାର ଅର୍ଥ ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟରେ ଆଉ କୌଣସି ପ୍ରକାରର ରିହାତି ମଳିନ ପାରେ। କେବଳ ବରିଷ୍ଠ ନାଗରିକ ନୁହନ୍ତି, ଭାରତୀୟ ରେଳବାଇ ଏବେ କୌଣସି ବର୍ଗର ଯାତ୍ରୀଙ୍କୁ ଟିକେଟରେ ରିହାତି ଦେଉନାହିଁ କିମ୍ବା ଆଗକୁ ମଧ୍ୟ ଦେବାର ନାହିଁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଗୋଟିଏ ଲିଖିତ ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି।

ସେ କହିଛନ୍ତି, କରୋନା ମହାମାରୀର ପ୍ରୋଟକଲକୁ ଦୃଷ୍ଟିରେ ରଖି ସବୁ ବର୍ଗର ଲୋକଙ୍କ ପାଇଁ ଟିକେଟ ବେଳେ ଦିଆଯାଉଥିବା ରିହାତିକୁ ବନ୍ଦ କରାଯାଇଛି। ବର୍ତ୍ତମାନ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନି। ମହାମାରୀ ଓ କରୋନା ପ୍ରୋଟକଲକୁ ଦୃଷ୍ଟିରେ ରଖି ରେଳବାଇ ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ କେବଳ ଦିବ୍ୟାଙ୍ଗର ୪ଟି ବର୍ଗ, ରୋଗୀ ଓ ଛାତ୍ରଛାତ୍ରୀଙ୍କ ୧୧ଟି ବର୍ଗଙ୍କୁ ଛାଡ଼ି ଆଉ ସବୁ ପ୍ରକାରର ରିହାତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏବେ ବି ଏହି ନିୟମ ବଳବତ୍ତର ରହିଛି ଓ ଆଗକୁ ରହିବ ବୋଲି ରେଳବାଇ ସ୍ପଷ୍ଟ କରିଛି।

Advertisment

ମହାମାରୀ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳବାଇ ଟିକେଟ କାଟିବା ସମୟରେ ଅନେକ ପ୍ରକାରର ରିହାତି ଯୋଗାଇ ଦେଉଥିଲା। ମହିଳାଙ୍କ ବୟସ ୫୮ ବର୍ଷରୁ ଅଧିକ ଓ ପୁରୁଷଙ୍କ ବୟସ ୬୦ ବର୍ଷରୁ ଅଧିକ ହେଲେ ସେମାନଙ୍କୁ ରେଳବାଇ ବରିଷ୍ଠ ନାଗରିକ ମାନ୍ୟତା ଦେଉଥିଲା।

ଏହି ବର୍ଗର ଲୋକମାନେ ଟ୍ରେନର ଯେଉଁ କୋଚରେ ଟିକେଟ କାଟିଲେ, ସେମାନଙ୍କ ପାଇଁ ରହିତା ବ୍ୟବସ୍ଥା କରାଯାଉଥିଲା। ପୁରୁଷ ଯାତ୍ରୀଙ୍କୁ ୪୦% ଓ ମହିଳା ଯାତ୍ରୀଙ୍କ ପାଇଁ ୫୦% ରିହାତି ରହିଥିଲା।

କିନ୍ତୁ ଏବେ ରେଳବାଇ ବରିଷ୍ଠ ନାଗରିକଙ୍କ ସମେତ ୩୦ରୁ ଅଧିକ ସ୍ୱତନ୍ତ୍ର ବର୍ଗର ଲୋକଙ୍କ ପାଇଁ ଟିକେଟରେ ମିଳୁଥିବା ରିହାତିକୁ ପ୍ରତ୍ୟାହାର କରି ନେଇଛି।

Railway Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe