Advertisment

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ରାଜଧାନୀ କିଭ୍‌ରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ସୂଚନା ଦେଇଛନ୍ତି। ସେ କିଭ୍‌ରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ଖାରକିଭରେ ରୁଷ କରିଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ପୋଲାଣ୍ଡରେ ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କ ଘର ବାହୁଡ଼ାର […]

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

India

Advertisment

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ରାଜଧାନୀ କିଭ୍‌ରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ସୂଚନା ଦେଇଛନ୍ତି। ସେ କିଭ୍‌ରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ଖାରକିଭରେ ରୁଷ କରିଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

Advertisment

କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ପୋଲାଣ୍ଡରେ ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କ ଘର ବାହୁଡ଼ାର କାର୍ଯ୍ୟର ତଦାରଖ କରୁଛନ୍ତି। ସେଠାରେ ସେ କହିଛନ୍ତି ଯେ କିଭ୍‌ରେ ଆକ୍ରମଣ ଜୋରଦାର ହେଉଥିବାରୁ ଦୂତାବାସ ପକ୍ଷରୁ ସମସ୍ତଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା। ଏହିକ୍ରମରେ ଭାରତୀୟମାନେ ମଧ୍ୟ କିଭ୍‌ ଛାଡ଼ିବା ଆରମ୍ଭ କରିଥିଲେ। ତେବେ ଜଣେ ଭାରତୀୟ ଛାତ୍ର କିଭ୍‌ ଛାଡ଼ୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ କିଭ୍‌ ଭିତରକୁ ନିଆଯାଇଥିଲା। ଏବେ ଛାତ୍ର ଜଣଙ୍କ କିଭ୍‌ର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଯୁଦ୍ଧରେ ଏପରି ଘଟଣା ଘଟିଥାଏ। ଭାରତୀୟ ଦୂତାବାସ ସ୍ଥିତିକୁ ଦେଖି ସମସ୍ତଙ୍କୁ କିଭ୍‌ ଛାଡ଼ିବାକୁ ବହୁ ପୂର୍ବରୁ କହି ସାରିଛି। ଯୁଦ୍ଧ ବେଳେ ପ୍ରବଳ ଗୁଳି ଓ ବୋମା ମାଡ଼ ହୁଏ। ଗୁଳି କେବେ ହେଲେ କାହାର ଜାତି କିମ୍ବା ନାଗରିକତା ଦେଖେନାହିଁ। ତେଣୁ ଯୁଦ୍ଧ ବେଳେ ଚାଲିଥିବା ଗୁଳି ମାଡ଼ରେ ଜଣେ ଭାରତୀୟ ଛାତ୍ର ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ୟୁକ୍ରେନରୁ ଉଦ୍ଧାର ଅପେକ୍ଷାରେ ପ୍ରାୟ ୧୭ଶହ ଭାରତୀୟ ଶିକ୍ଷାର୍ଥୀ ଅପେକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ସବୁ ଭାରତୀୟଙ୍କୁ ୟୁକ୍ରେନ ସୀମାନ୍ତରେ ଥିବା ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ତ ଆସିବାକୁ ଭାରତ ସରକାର କହିଛନ୍ତି। ସେମାନେ ସୁରକ୍ଷିତ ସ୍ଥାନକୁ ଆସିବା ପରେ ହିଁ ସମସ୍ତଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଉଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୧୭ ହଜାର ଭାରତୀୟ ୟୁକ୍ରେନରୁ ସୀମାନ୍ତ ଦେଶକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬ ହଜାର ଶିକ୍ଷାର୍ଥୀଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଇ ପାରିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe