Advertisment

ହିନ୍ଦୀ କିମ୍ବା ଇଂରାଜୀ ବୁଝୁ ନଥିବାରୁ ଯାତ୍ରୀଙ୍କ ସିଟ୍‌ ବଦଳାଇ ଦେଲା ଇଣ୍ଡିଗୋ

ହାଇଦ୍ରାବାଦ: ବିବାଦରେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ। ହିନ୍ଦୀ କିମ୍ବା ଇଂରାଜୀ କହି ପାରୁନଥିବା କିମ୍ବା ବୁଝି ପାରୁ ନଥିବା ଜଣେ ମହିଳା ଯାତ୍ରୀଙ୍କ ସିଟ୍‌କୁ ଇଣ୍ଡିଗୋର କ୍ରୁ ସଦସ୍ୟମାନେ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ଏମର୍ଜିନ୍ସି ଏକ୍ସିଟ ସିଟ୍‌ରେ ସେ ବସିଥିବା ବେଳେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ବିଜୟୱାଡାରୁ ହାଇଦ୍ରାବାଦ ଯିବା ବେଳେ ଏହି ଘଟଣା ଘଟିଛି। ମହିଳା ଯାତ୍ରୀ ଜଣଙ୍କ କିଛି କହି ନଥିବା ବେଳେ […]

ଅଦ୍ୟତନ ହୋଇଛି
ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ

Indigo

Advertisment

ହାଇଦ୍ରାବାଦ: ବିବାଦରେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ। ହିନ୍ଦୀ କିମ୍ବା ଇଂରାଜୀ କହି ପାରୁନଥିବା କିମ୍ବା ବୁଝି ପାରୁ ନଥିବା ଜଣେ ମହିଳା ଯାତ୍ରୀଙ୍କ ସିଟ୍‌କୁ ଇଣ୍ଡିଗୋର କ୍ରୁ ସଦସ୍ୟମାନେ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ଏମର୍ଜିନ୍ସି ଏକ୍ସିଟ ସିଟ୍‌ରେ ସେ ବସିଥିବା ବେଳେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ବିଜୟୱାଡାରୁ ହାଇଦ୍ରାବାଦ ଯିବା ବେଳେ ଏହି ଘଟଣା ଘଟିଛି।

Advertisment

ମହିଳା ଯାତ୍ରୀ ଜଣଙ୍କ କିଛି କହି ନଥିବା ବେଳେ ଉକ୍ତ ବିମାନରେ ଥିବା ଆଉ ଜଣେ ଯାତ୍ରୀ ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିବା ପରେ ବିବାଦ ଦେଖାଦେଇଛି। ସହଯାତ୍ରୀଙ୍କ ପୋଷ୍ଟ ଅନୁଯାୟୀ, ମହିଳା ଯାତ୍ରୀ ଜଣଙ୍କ କେବଳ ତେଲୁଗୁ ବୁଝୁଥିବାରୁ ତାଙ୍କୁ ଅନ୍ୟ ଏକ ସିଟ୍‌କୁ ଯିବାକୁ କୁହାଯାଇଛି। ସେପ୍ଟେମ୍ବର ୧୬ରେ ୬ଇ ୭୨୯୭ ଇଣ୍ଡିଗୋ ବିମାନରେ ଏହା ଘଟିଛି।

ସୋଶାଲ ମିଡିଆରେ କିଛି ଲୋକ ଇଣ୍ଡିଗୋକୁ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ଏମର୍ଜିନ୍ସି ସିଟ୍‌ରୁ ଅଲଗା ଭାଷା ବୁଝି ପାରୁ ନଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ଦରକାର ବୋଲି କହିଛନ୍ତି। କାରଣ କୌଣସି ଅଘଟଣ ବେଳେ ଉକ୍ତ ସିଟ୍‌ରେ ବସିଥିବା ଲୋକ ଅନ୍ୟ ଯାତ୍ରୀଙ୍କୁ କ୍ରୁ ସଦସ୍ୟଙ୍କ ନିର୍ଦ୍ଦେଶ ପହଞ୍ଚାଇବାରେ ଅକ୍ଷମ ହେବେ। ତେଣୁ ବୁକିଂ ବେଳେ କମ୍ପାନୀ ଏହା ଉପରେ ଗୁରୁତ୍ୱ ଦେବାର ଥିଲା ବୋଲି କିଛି ଲୋକ ମତ ରଖିଛନ୍ତି। ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟିଆର ଟ୍ୱିଟ ଯୋଗେ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କୁ ଆଞ୍ଚଳିକ ଭାଷାକୁ ସମ୍ମାନ ଦେବା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment


ସେପ୍ଟେମ୍ବର ୧୭ରେ ଉକ୍ତ ବିମାନରେ ଥିବା ଦେବସ୍ମିତା ଚକ୍ରବର୍ତ୍ତୀ ଗୋଟିଏ ଫଟୋ ପୋଷ୍ଟ କରି କହିଥିଲେ ଯେ “ଏହି ମହିଳା ଜଣଙ୍କ କେବଳ ତେଲୁଗୁ ବୁଝୁଥିବାରୁ ତାଙ୍କୁ ଅନ୍ୟ ଏକ ସିଟ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ବିଜୟୱାଡାରୁ ହାଇଦ୍ରାବାଦ ଯିବା ବେଳେ ଘଟିଛି। ନୀଳ ଶାଢ଼ୀ ପିନ୍ଧିଥିବା ମହିଳା ଜଣଙ୍କ ପ୍ରଥମେ ୨ଏ(ଏକ୍ସଏଲ ସିଟ୍‌, ଏକ୍ସିଟ ଧାଡ଼ି)ରେ ବସିଥିଲେ। କିନ୍ତୁ ସେ ଇଂରାଜୀ ଓ ହିନ୍ଦୀ ବୁଝୁ ନଥିବାରୁ ତାଙ୍କୁ ବଳପୂର୍ବରୁ ୩ସିକୁ ସ୍ଥାନାନ୍ତର କରାଯାଇଛି। କ୍ରୁ ସଦସ୍ୟମାନେ ସୁରକ୍ଷା ପ୍ରସଙ୍ଗ ଦେଖାଇ ଏପରି କରିଛନ୍ତି।”

ସେ ଇଣ୍ଡିଗୋରେ ପାତରଅନ୍ତର ହେଉଥିବା ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ। ଏହାକୁ ନେଇ ହିନ୍ଦୀ ଓ ଇଂରାଜୀ ଭାଷା ଲୋକଙ୍କ ଉପରେ ଥୋପି ଦେବାକୁ ପ୍ରୟାସ ଚାଲିଥିବା ଅନେକ ମତ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe