Advertisment

ଇନ୍ଦୋର ଓ ସୁରତ ଦେଶର ସ୍ମାର୍ଟ ସହର, ଭୁବନେଶ୍ୱରକୁ ଦୁଇଟି ପୁରସ୍କାର

ନୂଆଦିଲ୍ଲୀ: ଭାରତ ସରକାର ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ର ପୁରସ୍କାର ତାଲିକାପ୍ରକାଶ କରିଛନ୍ତି। ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ଓ ଗୁଜରାଟର ସୁରଟ ଦେଶର ସବୁଠାରୁ ସ୍ମାର୍ଟ ସହର ପୁରସ୍କାର ପାଇଛନ୍ତି। ସେହିପରି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ଟି ପୁରସ୍କାର ମିଳିଛି। ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ପୁରସ୍କାର ମିଳିଛି। ଶୁକ୍ରବାର କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଇନ୍ଦୋର ଓ ସୁରତ ଦେଶର ସ୍ମାର୍ଟ ସହର, ଭୁବନେଶ୍ୱରକୁ ଦୁଇଟି ପୁରସ୍କାର

Smart-city

ନୂଆଦିଲ୍ଲୀ: ଭାରତ ସରକାର ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ର ପୁରସ୍କାର ତାଲିକାପ୍ରକାଶ କରିଛନ୍ତି। ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ଓ ଗୁଜରାଟର ସୁରଟ ଦେଶର ସବୁଠାରୁ ସ୍ମାର୍ଟ ସହର ପୁରସ୍କାର ପାଇଛନ୍ତି। ସେହିପରି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ଟି ପୁରସ୍କାର ମିଳିଛି। ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ପୁରସ୍କାର ମିଳିଛି।

Advertisment

ଶୁକ୍ରବାର କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ କେଉଁ ରାଜ୍ୟ ଓ କେଉଁ ସହରର ଶ୍ରେଷ୍ଠ ତାଲିକାରେ ରହିଛନ୍ତି, ତା’ର ଘୋଷଣା କରାଯାଇଛି। ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ମଧ୍ୟପ୍ରଦେଶ ଦ୍ୱିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶର ଇନ୍ଦୋର ଓ ଗୁଜୁରାଟର ସୁରତ ଦେଶର ସବୁଠାରୁ ସ୍ମାର୍ଟ ସହର ଭାବେ ମାନ୍ୟତା ପାଇଛନ୍ତି। ୨୦୧୯ରେ ଇନ୍ଦୋର ଏକାକୀ ସ୍ମାର୍ଟ ସିଟି ପୁରସ୍କାର ପାଇଥିଲା। ପରିମଳ, ଅର୍ବାନ ମୋବିଲିଟି, ଜଳ ଯୋଗାଣ ପରି ସହରାଞ୍ଚଳ ବିକାଶର ମୌଳିକ ସୁବିଧା ଯୋଗାଇବାରେ ସଫଳ ହୋଇଥିବା ସହରଗୁଡ଼ିକର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Advertisment

ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ସ୍ମାର୍ଟ ସିଟି ପ୍ରକଳ୍ପରୁ ରାଜ୍ୟମାନେ ବହୁତ ଉପକୃତ ହୋଇଛନ୍ତି। ଆଜି ଆମର ୧୦୦ଟି ସ୍ମାର୍ଟ ସିଟି ମଧ୍ୟରୁ ୭୦ଟି ସହର କମାଣ୍ଡ ଓ କଣ୍ଟ୍ରୋଲ୍ ସିଷ୍ଟମ ବିକଶିତ କରିବାରେ ସକ୍ଷମ ହୋଇଛନ୍ତି। ଆମର ଆଶା ସମସ୍ତ ୧୦୦ ସ୍ମାର୍ଟ ସିଟି ୨୦୨୨ ମସିହା ଅଗଷ୍ଟ ମାସ ପୂର୍ବରୁ ସେମାନଙ୍କର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍ ପ୍ରସ୍ତୁତ କରଦେବେ।

ଭଲ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୯ଟି ସହର ମଧ୍ୟରେ ସୁରତ, ଇନ୍ଦୋର, ଅହମଦାବାଦ, ପୁଣେ, ବିଜୟୱାଡା, ରାଜକୋଟ, ବିଶାଖାପାଟନମ୍, ପିମ୍ପ୍ରି-ଚିଞ୍ଚୱାଡା ଓ ଭଦୋଦରା ରହିଛନ୍ତି। ଏହି ସହର ଗୁଡ଼ିକୁ ୪ ଷ୍ଟାର ରେଟିଂ ଦିଆଯାଇଛି। ଅନ୍ୟପକ୍ଷରେ କୋଭିଡ ଇନୋଭେସନ୍ ପାଇଁ ମହାରାଷ୍ଟ୍ରର କଲ୍ୟାଣ-ଡୋମ୍ବିଭଲି ଓ ଉତ୍ତର ପ୍ରଦେଶର ବାରାଣସୀକୁ ପୁରସ୍କାର ମିଳିଛି। କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ଶ୍ରେଷ୍ଠ ସ୍ଥାନରେ ରହିଛି।

Bhubaneswar Smart City