Advertisment

ବିଶାଖାପାଟଣାରେ ପହଞ୍ଚିଲା ଭାରତୀୟ ନୌସେନାର "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ"

ବିଶାଖପାଟଣା: ୧୯୭୧ ମସିହା ଭାରତ ପାକିସ୍ଥାନ ଯୁଦ୍ଧକୁ ଚଳିତ ବର୍ଷ ୫୦ ବର୍ଷ ପୂରଣ ହୋଇଛି। ଏହି ଯୁଦ୍ଧରେ ବିଜୟ ପାଇଁ ଭାରତୀୟ ନୌସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ସ୍ଵର୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହା ଡିସେମ୍ବର ୧୫ ତାରଖରେ ନୂଆଦିଲ୍ଲୀଠାରେ “ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ” ଅର୍ଥାତ “ଭିକ୍ଟୋରି ଫ୍ଲେମ”ର ଉଦଘାଟନ କରିଥିଲେ ଓ ୪ ଟି “ଭିକ୍ଟୋରି ଫ୍ଲେମ”କୁ ଭାରତର ୪ଟି ଦିଗକୁ ପଠାଇଥିଲେ। ଦକ୍ଷିଣ କାର୍ଡିନାଲ୍ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିଶାଖାପାଟଣାରେ ପହଞ୍ଚିଲା ଭାରତୀୟ ନୌସେନାର

INS-SUMITRA

ବିଶାଖପାଟଣା: ୧୯୭୧ ମସିହା ଭାରତ ପାକିସ୍ଥାନ ଯୁଦ୍ଧକୁ ଚଳିତ ବର୍ଷ ୫୦ ବର୍ଷ ପୂରଣ ହୋଇଛି। ଏହି ଯୁଦ୍ଧରେ ବିଜୟ ପାଇଁ ଭାରତୀୟ ନୌସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ସ୍ଵର୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହା ଡିସେମ୍ବର ୧୫ ତାରଖରେ ନୂଆଦିଲ୍ଲୀଠାରେ "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ଅର୍ଥାତ "ଭିକ୍ଟୋରି ଫ୍ଲେମ"ର ଉଦଘାଟନ କରିଥିଲେ ଓ ୪ ଟି "ଭିକ୍ଟୋରି ଫ୍ଲେମ"କୁ ଭାରତର ୪ଟି ଦିଗକୁ ପଠାଇଥିଲେ।

Advertisment

ଦକ୍ଷିଣ କାର୍ଡିନାଲ୍ ପାଇଁ ଆସିଥିବା "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ବେଙ୍ଗାଲୁରୁ, କୋଏମ୍ବାଟୁର, କୋଚି, ମଦୁରାଇ, ଚେନ୍ନାଇ ଦେଇ ପୋର୍ଟ ବ୍ଲେୟାରରୁ  ଆଇଏନଏସ ସୁମିତ୍ରାରେ ବିଶାଖାପାଟଣା ପହଞ୍ଚିଛି। "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ବିଶାଖାପାଟଣା ପହଞ୍ଚିବା ପରେ ପୂର୍ବତଟ ନୌସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ସ୍ୱାଗତ କରାଯାଇଥିଲା। ଆଜି ବିଶାଖାପାଟଣା ଆର.କେ ବିଚ୍ ନିକଟରେ ଥିବା ଶାନ୍ତି ସ୍ତୁପ 'ବିଜୟ ସାଗର' ମେମୋରିଆଲ ଠାରେ ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତଟ ନୌସେନାର ଉପ-ଆଡମିରାଲ ଅଜେନ୍ଦ୍ର ବାହାଦୂର ସିଂ ଓ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଏମ. ସୁଚରିତା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ଓ ଶାନ୍ତି ସ୍ତୁପରେ ଶହୀଦ ଯବାନ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ  ୨ ମିନିଟର ନିରବ ପ୍ରାର୍ଥନା କରିଥିଲେ। ଏହି ସମାରୋହରେ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ଭେଟେରାନ ସୈନିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ପୂର୍ବତଟ ନୌସେନାର ଉପ-ଆଡମିରାଲ ଅଜେନ୍ଦ୍ର ବାହାଦୂର ସିଂ ଓ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଏମ. ସୁଚରିତା ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ। ସେମାନଙ୍କ ପରିବାରକୁ ରାଜ୍ୟ ସରକାର ପକ୍ଷରୁ ସମ୍ପୂର୍ଣ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ।

Advertisment

ତେବେ ଏହି "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ଅର୍ଥାତ "ଭିକ୍ଟୋରି ଫ୍ଲେମ" ଚଳିତ ସୋମବାର ଠାରୁ ବିଶାଖାପାଟଣା, ବିଜୟନଗର ଓ ଶ୍ରୀକାକୁଲମ ଜିଲାର ସମସ୍ତ ବିଦ୍ୟାଳୟ ଓ କଲେଜକୁ ଭ୍ରମଣ କରିବା ପରେ ରାଜମେହେନ୍ଦ୍ରୀ, ବିଜୟୱାଡା ଏବଂ ନାଲଗୋଣ୍ଡା ଦେଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଚଳିତ ବର୍ଷ ଡିସେମ୍ବର ୧୬, ୨୦୨୧ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା "ସ୍ୱର୍ଣ୍ଣିମ ବିଜୟ ମାର୍ଶାଲ" ନୂଆଦିଲ୍ଲୀରେ ଏକତ୍ରିତ ହେବ ଓ ଏଠାରେ ଅନ୍ତିମ କାର୍ଯ୍ୟକ୍ରମ ଆୟୋଜିତ ହେବ।