Advertisment

ନୌସେନାରେ ଆଇଏନଏସ୍‌ ବିକ୍ରାନ୍ତ: କ୍ଷମତା ବିଷୟରେ ଜାଣନ୍ତୁ

କୋଚି: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ନୌସେନାରେ ଆଇଏନଏସ୍‌ ବିକ୍ରାନ୍ତ: କ୍ଷମତା ବିଷୟରେ ଜାଣନ୍ତୁ

INS

Advertisment

କୋଚି: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି।

Advertisment

ଏଥିସହ ସେ କୋଚି ଶିପୟାର୍ଡରେ ନୌସେନାର ନୂଆ ବ୍ୟାଜର ଉନ୍ମୋଚନ କରିଛନ୍ତି। ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।

ଆଇଏନଏ ବିକ୍ରାନ୍ତ ସମ୍ପର୍କରେ ପୂରା ତଥ୍ୟ

୧- ଏହି ଜାହାଜର  ଓଜନ ୪୫ ହଜାର ଟନ। ଯୁଦ୍ଧ ଜାହାଜକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାରେ ଘଣ୍ଟାପ୍ରତି ବେଗ ୫୨ କିମି।

Advertisment

୨- ଦୀର୍ଘ ୧ ବର୍ଷ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି।

୩- ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର। ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।

୪- ଦୁଇଟି ଫୁଟବଲ ପଡ଼ିଆ ଯେତିକି ବଡ଼, ଏହି ଯୁଦ୍ଧ ଜାହାଜ ଏଣ୍ଡ ଟୁ ଏଣ୍ଡ ସେତିକି ବଡ଼। ଏହାର ଉଚ୍ଚତା ମଧ୍ୟ ୧୮ଟି ଫ୍ଲୋର ସହ ସମାନ।

୫- ଏହାର ହ୍ୟାଙ୍ଗରର ଆକାର ଠିକ୍‌  ଦୁଇଟି ଅଲିମ୍ପିକ୍ସ ପୁଲର ସାଇଜ ଭଳି।

୬- ପ୍ରାଥମିକ ଅବସ୍ଥାରେ ମିଗ୍‌ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ।

୭- ଆଇଏନଏସ୍‌ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି।

୮-ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ।

୯- ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିପାରିବ।

୧୦- ଜାହାଜରେ ଏମିତି ଏକ ମିସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ।

୧୧- ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି।

୧୨- ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe