Advertisment

‘ତୁ ଚୋର ମେ ସିପାହୀ’ ଫିଲ୍ମ ଦେଖି ଚୋରି ସହ ହତ୍ୟା କଲା ନାବାଳକ

ନୂଆଦିଲ୍ଲୀ: ବଲିଉଡ ସିନେମା ‘ତୁ ଚୋ ମେ ସିପାହୀ’ ଦେଖିବା ପରେ ସେହି ଷ୍ଟାଇଲରେ ଚୋରି ସହ ହତ୍ୟା କରିଛି ଜଣେ ନାବାଳକ। ଏହି ୧୭ ବର୍ଷୀୟ ନାବାଳକ ଜଣଙ୍କ ଦିଲ୍ଲୀର ସଫଦର୍ଜଙ୍ଗ ଅଞ୍ଚରେ ଜଣଙ୍କ ଘରେ କାମ କରୁଥିଲା। ହେଲେ ମାଲିକଙ୍କ ଦିବ୍ୟାଙ୍ଗ ପୁଅକୁ ହତ୍ୟା କରିଛି। ଏଥିସହ ଘରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଫୋନ ଚୋରି କରି ନେଇଥିଲା। ତେବେ ପୁଲିସ୍‌ ତା’କୁ ଧରିବାରେ ସକ୍ଷମ ହୋଇଛି। ପୁଲିସ୍‌ କହିଛି ଯେ […]

‘ତୁ ଚୋର ମେ ସିପାହୀ’ ଫିଲ୍ମ ଦେଖି ଚୋରି ସହ ହତ୍ୟା କଲା ନାବାଳକ

killed

Advertisment

ନୂଆଦିଲ୍ଲୀ: ବଲିଉଡ ସିନେମା ‘ତୁ ଚୋ ମେ ସିପାହୀ’ ଦେଖିବା ପରେ ସେହି ଷ୍ଟାଇଲରେ ଚୋରି ସହ ହତ୍ୟା କରିଛି ଜଣେ ନାବାଳକ। ଏହି ୧୭ ବର୍ଷୀୟ ନାବାଳକ ଜଣଙ୍କ ଦିଲ୍ଲୀର ସଫଦର୍ଜଙ୍ଗ ଅଞ୍ଚରେ ଜଣଙ୍କ ଘରେ କାମ କରୁଥିଲା। ହେଲେ ମାଲିକଙ୍କ ଦିବ୍ୟାଙ୍ଗ ପୁଅକୁ ହତ୍ୟା କରିଛି। ଏଥିସହ ଘରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଫୋନ ଚୋରି କରି ନେଇଥିଲା। ତେବେ ପୁଲିସ୍‌ ତା’କୁ ଧରିବାରେ ସକ୍ଷମ ହୋଇଛି।

Advertisment

ପୁଲିସ୍‌ କହିଛି ଯେ ଦିବ୍ୟାଙ୍ଗ ପୁଅକୁ ଘରେ ଛାଡ଼ି ପରିବାର ଲୋକ ମନ୍ଦିର ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଏଠାରେ କାମ କରୁଥିବା ନାବାଳକ ଜଣଙ୍କ ଚୋରି କରିବାକୁ ଉଦ୍ୟମ କରିଥିଲା। ଏହା ଜାଣିପାରି ଦିବ୍ୟାଙ୍ଗ ଜଣକଙ୍କ ପାଟି କରିଥିଲେ। ଏଥିରେ ରାଗି ଯାଇ ନାବାଳକ ଜଣଙ୍କ ତାଙ୍କୁ ହତ୍ୟା କରିଥିଲେ।

ସେ ବଲିଉଡ ଫିଲ୍ମ ତୁ ଚୋର ମେ ସିପାହୀ ଦେଖି ଏପରି ଘଟଣା ଘଟାଇଛି। ଚୋରି ସହ ହତ୍ୟା କରିବା ପରେ ସେ ଘଟଣା ସ୍ଥଳରେ କଳା ରଙ୍ଗର ଗ୍ଲୋବ୍ସକୁ ଛାଡ଼ି ଦେଇ ଯାଇଥିଲା। ଫିଲ୍ମରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ଏହାକୁ ନକଲି କରି ନାବାଳକ ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଛି।

Advertisment

ହତ୍ୟାର ଶିକାର ହୋଇଥିବା ଦିବ୍ୟାଙ୍ଗଙ୍କ ଭଉଣୀ ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ବାପା ମା’ ଓ ଜେଜେ ମା’ ଗୋଟିଏ ମନ୍ଦିରକୁ ଯାଇଥିଲେ। ସେ ଭାଇ ସହ ରହିଥିଲେ। ହେଲେ ଘଣ୍ଟାଏ ପରେ ସେ ଭାଇକୁ ଘରେ କାମ କରୁଥିବା ନାବାଳକ ପାଖରେ ଛାଡ଼ି କୌଣସି କାମରେ ଗ୍ରୀନ ପାର୍କ ମାର୍କେଟ ଯାଇଥିଲେ। ଅଭିଯୁକ୍ତ ନାବାଳକ ଜଣଙ୍କ ୩ ମାସ ତଳେ ହିଁ ଏହି ଘରେ କାମ କରିବା ଆରମ୍ଭ କରିଥିଲା।

ଭଉଣୀ ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ଦିବ୍ୟାଙ୍ଗ ଭାଇ ଖଟ ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଘରେ କାମ କରୁଥିବା ନାବାଳକ ଜଣଙ୍କର ମଧ୍ୟ ପତ୍ତା ମିଳି ନଥିଲା। ଘରେ ଥିବା ସୁନାଗହଣା, ଗୋଟିଏ ମୋବାଇଲ ଫୋନ ଓ ନଗଦ ୪୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଘର ଲୋକ ଓ ପରେ ସେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ ଘଟଣାର ଯାଞ୍ଚ କରି ଫେରାର ନାବାଳକକୁ ନୂଆ ଦିଲ୍ଲୀ ରେଳ ଷ୍ଟେସରୁ ଧରିଥିଲେ। ସେ ଟ୍ରେନରେ ନିଜ ଘର ବିହାରର ସୀତାମାରହି ଯିବାକୁ ଚେଷ୍ଟା କରୁଥିଲା। ତା’ ପାଖରୁ ପୁଲିସ ଚୋରି ହୋଇଥିବା ସୁନା ଗହଣା ଓ ନଗଦ ଟଙ୍କା ଜବତ କରିଛି।

ଜେରା ବେଳେ ନାବାଳକ ଜଣକ କହିଛି ଯେ ସଫେଇ ଓ ଘର କାମ ଯୋଗୁ ସେ ଅଣନିଃଶ୍ୱାସୀ ହୋଇ ଯାଉଥିଲା। ତେଣୁ ସେ କାମ ଛାଡ଼ିଦେବାକୁ ଚାହୁଁଥିଲା। କାମ ଛାଡ଼ିବା ପୂର୍ବରୁ ସେ କେବଳ ଘରୁ ଚୋରି କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଦିବ୍ୟାଙ୍ଗ ପିଲାଟି ପାଟି କରିବାରୁ ସେ ବାଧ୍ୟ ହୋଇ ତାଙ୍କୁ ହତ୍ୟା କରିଥିବା ପୁଲିସ୍‌କୁ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe