Advertisment

ପୁଣି ଫେରିଲା ହିଜାବ ବିବାଦ: ଶ୍ରୀରାମ ସେନା ମୁଖ୍ୟ ଓ ବିଜେପି ନେତାଙ୍କ ମୁଣ୍ଡ କାଟ ପାଇଁ ଇନଷ୍ଟା ପୋଷ୍ଟ!

ନୂଆଦିଲ୍ଲୀ: ମହମ୍ମଦ ପ୍ରଫେଟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରାଯିବା ଘଟଣାକୁ ନେଇ ବିଜେପି ବ୍ୟାକଫୁଟରେ ଥିବା ବେଳେ ଏଥିରେ ତାଳି ପକାଇବାକୁ ଜୋରଦାର ଉଦ୍ୟମ କରାଯାଉଛି। ଏତିକି ବେଳେ ପୁଣି ଫେରିଛି ହିଜାବ ବିବାଦ। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଗୋଟିଏ ମେସେଜକୁ ନେଇ କର୍ଣ୍ଣାଟକାରେ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଓ ବିଜେପି ନେତା ୟଶପାଲ ସୁବର୍ଣ୍ଣଙ୍କ ମୁଣ୍ଡ କାଟ ପାଇଁ କୁଆଡ଼େ କେହି ଇନଷ୍ଟାଗ୍ରାମ ପୁରସ୍କାର ଘୋଷଣା କରିଥିବା ଅଭିଯୋଗ […]

ଅଦ୍ୟତନ ହୋଇଛି
ପୁଣି ଫେରିଲା ହିଜାବ ବିବାଦ: ଶ୍ରୀରାମ ସେନା ମୁଖ୍ୟ ଓ ବିଜେପି ନେତାଙ୍କ ମୁଣ୍ଡ କାଟ ପାଇଁ ଇନଷ୍ଟା ପୋଷ୍ଟ!

Hijab

Advertisment

ନୂଆଦିଲ୍ଲୀ: ମହମ୍ମଦ ପ୍ରଫେଟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରାଯିବା ଘଟଣାକୁ ନେଇ ବିଜେପି ବ୍ୟାକଫୁଟରେ ଥିବା ବେଳେ ଏଥିରେ ତାଳି ପକାଇବାକୁ ଜୋରଦାର ଉଦ୍ୟମ କରାଯାଉଛି। ଏତିକି ବେଳେ ପୁଣି ଫେରିଛି ହିଜାବ ବିବାଦ। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଗୋଟିଏ ମେସେଜକୁ ନେଇ କର୍ଣ୍ଣାଟକାରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଓ ବିଜେପି ନେତା ୟଶପାଲ ସୁବର୍ଣ୍ଣଙ୍କ ମୁଣ୍ଡ କାଟ ପାଇଁ କୁଆଡ଼େ କେହି ଇନଷ୍ଟାଗ୍ରାମ ପୁରସ୍କାର ଘୋଷଣା କରିଥିବା ଅଭିଯୋଗ ହୋଇଛି। ଉଡିପି ପୁଲିସ୍‌ ଷ୍ଟେସନରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଛି।

ବିଜେପି ନେତା ୟଶପାଲ କହିଛନ୍ତି, “ସାଧାରଣ ଜୀବନରେ ଏପରି ମେସେଜ ଓ କଲ ଗୋଟିଏ ସାମାନ୍ୟ ଘଟଣା। ଆମେ ଯେତେବେଳେ ଦେଶ ପାଇଁ କାମ କରୁଛୁ ସେତେବେଳେ ଦେଶ ବିରୋଧୀ ଓ ଦେଶଦ୍ରୋହୀମାନେ ବିଦେଶରୁ ଏମିତି ଧମକପୂର୍ଣ୍ଣ ବାର୍ତ୍ତା ପଠାଉଛନ୍ତି। ମୁଁ ଏହାକୁ ଆଦୌ ଗୁରୁତ୍ୱର ସହ ନେଉ ନାହିଁ। ଏହା ଜୀବର ଗୋଟିଏ ଅଂଶ।

Advertisment

ଆମେ ଆମ କାମ ସମ୍ବିଧାନ ମଧ୍ୟରେ ରହି କରିବୁ। ପ୍ରମୋଦ ମୁଥାଲିକ ଓ ମୋ ବିରୋଧରେ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ କୌଣସି ପରିବର୍ତ୍ତନ କରିପାରିବ ନାହିଁ। ଆମେ କେବେ ହେଲେ ପଛ ଘୁଞ୍ଚା ଦେବୁ ନାହିଁ। ଇନଷ୍ଟାଗ୍ରାମ ପୋଷ୍ଟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ସ୍ଥାନୀୟ ଅଞ୍ଚଳର କେଉଁମାନେ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରାଯିବ।”

ମଙ୍ଗଳବାର ଉପିନାଙ୍ଗାଡୀ ସହରରେ ଥିବା ଗୋଟିଏ କଲେଜରେ ୨୪ ଜଣ ପିଲା ହିଜାବ ପିନ୍ଧି କ୍ଲାସ କରିବାକୁ ଚାହିଁଥିଲେ। ସେମାନଙ୍କୁ କର୍ତ୍ତୃପକ୍ଷ ବାରମ୍ବାର ବୁଝାଇ ଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଏଥିପାଇଁ ସେମାନଙ୍କୁ ନଲମ୍ବିତ କରାଯାଇଥିଲା। ସେମାନେ ବିକ୍ଷୋଭ କରିବାରୁ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ୩ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ସମସ୍ତଙ୍କୁ କୁହାଯାଇଛି।

Hijab Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe