Advertisment

ପେଗାସସ୍‌ ରିପୋର୍ଟ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଇୱେୟାରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ସରକାର ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରୀ ତହବିଲରୁ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର […]

author-image
Hemant Lenka
ଅଦ୍ୟତନ ହୋଇଛି
ପେଗାସସ୍‌ ରିପୋର୍ଟ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅଶ୍ୱିନୀ ବୈଷ୍ଣବ

IT

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଇୱେୟାରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ସରକାର ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରୀ ତହବିଲରୁ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି।

Advertisment

ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ତେଣୁ ଭାରତ ସରକାର ଏହାକୁ ବ୍ୟବହାର କରୁଥିବା ଗୋଟିଏ ଜାତୀୟ ନ୍ୟୁଜ ୱେବସାଇଟ ଖବର ପ୍ରକାଶ କରିଥିଲା।

ଏହାର ତାତି ଆଜି ସଂସଦରେ ଦେଖିବାକୁ ମିଳିଛି। ତେବେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ରିପୋର୍ଟ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏପରି ରିପୋର୍ଟ କେବେ ହେଲେ ସଂଯୋଗବଶତଃ ପ୍ରକାଶ ପାଇନାହିଁ ବୋଲି ସେ କହିଛନ୍ତି।

Advertisment

ଆଜି ଲୋକସଭାରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏପରି ଅତିରଞ୍ଜିତ ଦାବିରେ କୌଣସି ପ୍ରମାଣ ନାହିଁ। ବେଆଇନ ସର୍ଭେଲାନ୍ସ କେବେ ହେଲେ ସମ୍ଭବ ନୁହେଁ। ଭାରତରେ ଥିବା ପ୍ରତିଷ୍ଠିତ ପ୍ରୋଟକଲ ଏହାକୁ ରୋକିବାକୁ ସକ୍ଷମ। ଗୁଇନ୍ଦାଗିରି କରିବାକୁ ପେଗାସସ୍‌ ବ୍ୟବହାର କରାଯାଉଛି ବୋଲି କୌଣସି ବିଧିବଦ୍ଧ ପ୍ରମାଣ ମିଳିନାହିଁ।

ଅତି ସମ୍ବେଦନଶୀଳ ରିପୋର୍ଟ ଗତକାଲି ରାତିରେ ଗୋଟିଏ ୱେବସାଇଟ୍‌ରେ ପ୍ରକାଶ ପାଇଛି। ଅନେକ ପ୍ରକାରର କଥା ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି। ଏହି ପ୍ରେସ ରିପୋର୍ଟ ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହା କେବେ ହେଲେ ଗୋଟିଏ ସଂଯୋଗ ହୋଇନ ପାରେ।

ପୂର୍ବରୁ ହ୍ୱାଟସଆପ୍‌ରେ ପେଗାସସ୍‌ର ବ୍ୟବହାରକୁ ନେଇ ଦାବି କରାଯାଇଥିଲା। ଏହି ରିପୋର୍ଟରେ କରାଯାଇଥିବା ଦାବିକୁ ନେଇ କୌଣସି ପ୍ରମାଣ ମିଳିନାହିଁ। ସବୁ ପକ୍ଷ ଏହାକୁ ମନା ମଧ୍ୟ କରିଥିଲେ। ୧୮ ଜୁଲାଇରେ ପ୍ରକାଶ ପାଇଥିବା ପ୍ରେସ ରିପୋର୍ଟ କେବଳ ଦେଶର ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାକୁ ଗୋଟିଏ ପ୍ରୟାସ। ଭାରତ ଖ୍ୟାତନାମା ପ୍ରତିଷ୍ଠାନକୁ ମଧ୍ୟ ଏହି ରିପୋର୍ଟ ମାଧ୍ୟମରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ରୁ ଅଧିକ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌।

ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଛନ୍ତି।

ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା। ଏହି ପ୍ରକଳ୍ପରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।

ଏହି ପ୍ରକଳ୍ପରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର। ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି।

Online Fraud Pegasus Spyware