Advertisment

ସିସୋଦିଆଙ୍କ ବଡ଼ ବୟାନ: ୨୦୨୪ରେ ବିଜେପି ବନାମ ଆପ୍‌ ଲଢ଼େଇ

ନୂଆଦିଲ୍ଲୀ: ସିବିଆଇ ରେଡ୍‌ର ଦିନକ ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଶୁକ୍ରବାର ସିବିଆଇର ଏକାଧିକ ଟିମ୍‌ ସିସୋଦିଆ ଓ ଆଉ ୩୦ଟି ସ୍ଥାନରେ ରେଡ୍‌ କରିଥିଲା। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ଅଭିଯୋଗ କରି ସିବିଆଇ ଟିମ୍‌ ଏହି ପଦକ୍ଷେପ ନେଇଥିଲା। ହେଲେ ଆଜି ସିସୋଦିଆ ସିବିଆଇ ରେଡ୍‌ ନୂଆ ଅବକାରୀ ନୀତି ପାଇଁ ନୁହେଁ , ବରଂ ଅରବିନ୍ଦ କେଜ୍ରିୱାଲଙ୍କ ସଫଳତାକୁ ଅଟକାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହା […]

ସିସୋଦିଆଙ୍କ ବଡ଼ ବୟାନ: ୨୦୨୪ରେ ବିଜେପି ବନାମ ଆପ୍‌ ଲଢ଼େଇ

sisodia

Advertisment

ନୂଆଦିଲ୍ଲୀ: ସିବିଆଇ ରେଡ୍‌ର ଦିନକ ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଶୁକ୍ରବାର ସିବିଆଇର ଏକାଧିକ ଟିମ୍‌ ସିସୋଦିଆ ଓ ଆଉ ୩୦ଟି ସ୍ଥାନରେ ରେଡ୍‌ କରିଥିଲା। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ଅଭିଯୋଗ କରି ସିବିଆଇ ଟିମ୍‌ ଏହି ପଦକ୍ଷେପ ନେଇଥିଲା। ହେଲେ ଆଜି ସିସୋଦିଆ ସିବିଆଇ ରେଡ୍‌ ନୂଆ ଅବକାରୀ ନୀତି ପାଇଁ ନୁହେଁ , ବରଂ ଅରବିନ୍ଦ କେଜ୍ରିୱାଲଙ୍କ ସଫଳତାକୁ ଅଟକାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଯୋଜନା ବୋଲି ଅଭିଯୋଗ କରିଛନ୍ତି।

Advertisment

ଏଥିସହ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀର ଶିକ୍ଷା ମଡେଲକୁ ପ୍ରଶଂସା କରାଯାଇଥିବା ଫୋଟ ମଧ୍ୟ ଦେଖାଇଛନ୍ତି। ଏହାପୂର୍ବରୁ ନ୍ୟୁୟର୍କ ଟାଇମ୍ସ ଦେଶର କରୋନା ବିଭୀଷିକା ସମ୍ପର୍କରେ ଖବର ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା। ଏହାକୁ ମଧ୍ୟ ଆଜି ସିସୋଦିଆ ସର୍ବସମ୍ମୁଖରେ ପ୍ରଦର୍ଶନ କରିଛନ୍ତି।

ସିବିଆଇ କରୁଥିବା ଦୁର୍ନୀତି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରି ସେ କହିଛନ୍ତି, ଅବକାରୀ ନୀତି ପ୍ରଚଳନରେ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ। ଦିଲ୍ଲୀର କେଜ୍ରିୱାଲ ସରକାରରେ ସେ ମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାର ସିବିଆଇ ପଠାଇଥିବା ସିସୋଦିଆ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ନୂଆ ଅବକାରୀ ନୀତି ଦ୍ୱାରା ଦିଲ୍ଲୀ ସରକାର ପ୍ରତିବର୍ଷ ୧୦,୦୦୦ କୋଟି ଟଙ୍କା ରାଜସ୍ୱ ପାଇ ଥାଆନ୍ତେ। ହେଲେ ଏହାକୁ ବିରୋଧ କରାଯିବାରୁ ସରକାର ରଦ୍ଦ କରିଛନ୍ତି। ଅବକାରୀ ନୀତି ସହ ସିବିଆଇ ରେଡର କୌଣସି ସମ୍ପର୍କ ନାହିଁ।

କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ପ୍ରଭାବିତ କରିବା ପାଇଁ ସିବିଆଇ ରେଡ ହୋଇଛି। କେଜ୍ରିୱାଲଙ୍କ ସହ ତାଙ୍କର ସମସ୍ୟା ରହିଛି। ତାଙ୍କୁ ଟାର୍ଗେଟ କରି ମୋ ଘରେ ଓ ଅଫିସରେ ରେଡ୍ କରାଯାଇଛି। ତାଙ୍କୁ ଅଟକାଇବା ପାଇଁ କେନ୍ଦ୍ର ସରକାର ଚାହୁଁଛି।

ମୁଁ କୌଣସି ପ୍ରକାରର ଦୁର୍ନୀତି କରିନି। ମୁଁ କେବଳ ଅରବିନ୍ଦ କେଜ୍ରିୱାଲଙ୍କ ଶିକ୍ଷା ମନ୍ତ୍ରୀ। ବର୍ତ୍ତମାନ କେଜ୍ରିୱାଲ ଜାତୀୟ ରାଜନୀତିରେ ବିକଳ୍ପ ଭାବେ ଉଭା ହୋଇଛନ୍ତି। ୨୦୨୪ରେ ବିଜେପି ବନାମ ଆପ୍ ଲଢ଼େଇ ହେବ। ଏଯାଏ ଲୋକମାନେ ମୋଦି ବନାମ କିଏ ବୋଲି ପ୍ରଶ୍ନ କରୁଥିଲେ। ହେଲେ ଏବେ ଲୋକମାନେ କେଜ୍ରିୱାଲଙ୍କୁ ବିକଳ୍ପ ଭାବେ ଦେଖୁଛନ୍ତି। ତାଙ୍କୁ ସୁଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା କେନ୍ଦ୍ର ସରକାରଙ୍କୁ ଡରାଇବା ଆରମ୍ଭ କରିଛି।

କେଜ୍ରିୱାଲ ଦୁଇ ଦିନ ତଳେ ମେକ୍‌ ଇଣ୍ଡିଆ ନଂ ୧ କାର୍ଯ୍ୟକ୍ରମ ଲଞ୍ଚ କରିଥିଲେ। ଏଥିରେ ପୂରା ଦେଶ ଯୋଡ଼ି ହେବ। ଏଥିରେ ଭୟଭୀତ ହୋଇ ମୋଦି ସରକାର ସିବିଆଇ ପଠାଇଛନ୍ତି। ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଛି। ୨-୩ ଦିନ ଭିତରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ। ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶ ପାଇଁ ଚାଲିଥିବା କାମକୁ ଅଟକାଇବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଉଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe