Advertisment

ତାଜ ମହଲ ମାମଲା: ଆବେଦନ ଆଗ୍ରହ୍ୟ କଲେ ସୁପ୍ରିମକୋର୍ଟ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଐତିହାସିକ ତାଜ ମହଲରେ ତଥ୍ୟ ସଂଗ୍ରହ ପାଇଁ ସର୍ଭେ ଓ ଏହା ମଧ୍ୟରେ ବନ୍ଦ ରହିଥିବା ୨୨ଟି ଗୁପ୍ତ ଘର ଖୋଲିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜନସ୍ୱାର୍ଥ ମାମଲା ଆଧାରରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଖଣ୍ଡପୀଠ ଆବେଦନକୁ […]

author-image
Hemant Lenka
ତାଜ ମହଲ ମାମଲା: ଆବେଦନ ଆଗ୍ରହ୍ୟ କଲେ ସୁପ୍ରିମକୋର୍ଟ, ଦେଲେ ବଡ଼ ବୟାନ

Taj-mahal

ନୂଆଦିଲ୍ଲୀ: ଐତିହାସିକ ତାଜ ମହଲରେ ତଥ୍ୟ ସଂଗ୍ରହ ପାଇଁ ସର୍ଭେ ଓ ଏହା ମଧ୍ୟରେ ବନ୍ଦ ରହିଥିବା ୨୨ଟି ଗୁପ୍ତ ଘର ଖୋଲିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜନସ୍ୱାର୍ଥ ମାମଲା ଆଧାରରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି।

Advertisment

ଏଥିସହ ଖଣ୍ଡପୀଠ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତ, “ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରି କୌଣସି ତ୍ରୁଟି କରି ନାହାନ୍ତି। ଏହା ଏକ ଜନସ୍ୱାର୍ଥ ମାମଲା ନୁହେଁ, ବରଂ ପ୍ରଚାର ସ୍ୱାର୍ଥ ମାମଲା। ଏହାକୁ ଅଗ୍ରାହ୍ୟ କରାଯାଉଛି।”

ଚଳିତ ବର୍ଷ ମେ’ ୧୨ରେ ହାଇକୋର୍ଟ ଆବେଦନକାରୀ ତଥା ବିଜେପିର ଅଯୋଧ୍ୟା ୟୁନିଟ ମିଡିଆ ଇନଚାର୍ଜ ରଜନୀଶ ସିଂହ ତାଜ ମହଲ ସର୍ଭେ ପାଇଁ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏଥିସହ ହାଇକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ମଧ୍ୟ ଏପରି ଏକ ପିଆଇଏଲ ଦାଖଲ କରିଥିବାରୁ ସମାଲୋଚନା କରିଥିଲେ। ସମ୍ବିଧାନର ଧାରା ୨୨୬ ଅଧୀନରେ ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ପାରିତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ।

Advertisment

ଏକାଧିକ ହିନ୍ଦୁ ସଂଗଠନ ଦାବି କରି ଆସୁଛନ୍ତି ଯେ ତାଜ ମହଲ ପୂର୍ବରୁ ଏଠାରେ ଭଗବାନ ଶିବଙ୍କ ମନ୍ଦିର ଥିଲା। ଏହାକୁ ମୋଗଲ ସମ୍ରାଟ ଧ୍ୱଂସ କରି ତାଜ ମହଲ ତିଆରି କରିଥିବା ସେମାନେ ଦାବି କରୁଛନ୍ତି।