ଜ୍ୟାକଲିନଙ୍କ ପାଇଁ  ସୁକେଶ ଶ୍ରୀଲଙ୍କା, ମୁମ୍ବାଇ, ବାହାରିନରେ କିଣିଛନ୍ତି ଘର

ମୁମ୍ବାଇ: ଠକ୍ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶଖରଙ୍କ ସହ ବେଆଇନ ଅର୍ଥ କାରବାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କ ବିଷୟରେ ନୂଆ ତଥ୍ୟ ଆସିଛି। ଯାହାକୁ ଖୁଲାସା କରିଛି  ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ। ଜ୍ୟାକଲିନଙ୍କ ପ୍ରେମରେ ପଡ଼ିଥିଲେ ସୁକେଶ। ଜ୍ୟାକଲିନଙ୍କ ପାଇଁ ସୁକେଶ ଶ୍ରୀଲଙ୍କାରେ ଘର କିଣିଛନ୍ତି। ତାଆଗରୁ ମୁମ୍ବାଇରେ ଏକ ବଙ୍ଗଳା କିଣିଛନ୍ତି। ମୁମ୍ବାଇର ସବୁଠାରୁ ହାଇପ୍ରୋଫାଇଲ ଜାଗା  ଜୁହୁ ସି-ବିଚରେ ଏହି ବଙ୍ଗଳା କିଣାଯାଇଛି। ନିଜ ଚାର୍ଜସିଟ୍‌ରେ ଏମିତି କିଛି ତଥ୍ୟ ଉଲ୍ଲେଖ କରିଛି […]

Tapas Behera
  • Published: Thursday, 01 September 2022
  • Updated: 01 September 2022, 12:45 PM IST

Sports

Latest News

ମୁମ୍ବାଇ: ଠକ୍ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶଖରଙ୍କ ସହ ବେଆଇନ ଅର୍ଥ କାରବାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ଙ୍କ ବିଷୟରେ ନୂଆ ତଥ୍ୟ ଆସିଛି। ଯାହାକୁ ଖୁଲାସା କରିଛି  ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ। ଜ୍ୟାକଲିନଙ୍କ ପ୍ରେମରେ ପଡ଼ିଥିଲେ ସୁକେଶ। ଜ୍ୟାକଲିନଙ୍କ ପାଇଁ ସୁକେଶ ଶ୍ରୀଲଙ୍କାରେ ଘର କିଣିଛନ୍ତି। ତାଆଗରୁ ମୁମ୍ବାଇରେ ଏକ ବଙ୍ଗଳା କିଣିଛନ୍ତି। ମୁମ୍ବାଇର ସବୁଠାରୁ ହାଇପ୍ରୋଫାଇଲ ଜାଗା  ଜୁହୁ ସି-ବିଚରେ ଏହି ବଙ୍ଗଳା କିଣାଯାଇଛି। ନିଜ ଚାର୍ଜସିଟ୍‌ରେ ଏମିତି କିଛି ତଥ୍ୟ ଉଲ୍ଲେଖ କରିଛି ଇଡି। ଏସବୁ ପ୍ଲାନ ବିଷୟରେ କନ୍‌ମ୍ୟାନ୍‌ ତାଙ୍କ ଘନିଷ୍ଠ ସହଯୋଗୀ  ପିଙ୍କି ଇରାନୀଙ୍କୁ ଜଣାଇଥିଲେ। ଜ୍ୟାକଲିନ ଓ  ସୁକେଶଙ୍କ ମଧ୍ୟରେ ମଧ୍ୟସ୍ତି ସାଜିଥିଲେ  ପିଙ୍କି। ଏହି ଦାୟିତ୍ୱ  ସୁକେଶ ପିଙ୍କିଙ୍କୁ ଦେଇଥିଲେ। ପିଙ୍କି ମାଧ୍ୟମରେ ସୁକେଶ କୋଟି କୋଟି ଟଙ୍କା ଦେଇଛନ୍ତି। ଜ୍ୟାକଲିନଙ୍କ ପାଇଁ ମୁମ୍ବାଇରେ ସୁକେଶ ବଙ୍ଗଳା କଣିଥିବା କଥା କହଇନ୍ତି ସୁକେଶ । ସେହିପରି ବାହାରିନରେ ଆଉ ଏକ ବଙ୍ଗଳା ଜ୍ୟାକଲିନଙ୍କ ପରିବାରକୁ  ସୁକେଶ ଉପହାର ଦେଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।  ସେହିପରି ଭବିଷ୍ୟତରେ ଜ୍ୟାକଲିନଙ୍କ ପାଇଁ ସୁକେଶ ଆଉ ଗୋଟିଏ ଘର କିଣିବା ଯୋଜନା କରିଥିଲେ। ଜ୍ୟାକଲିନ ସୁକେଶଙ୍କଠାରୁ ଅନେକ ଉପହାର ନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ସୁକେଶଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଛନ୍ତି ଜ୍ୟାକଲିନ୍‌।  କିନ୍ତୁ ଇଡି କହିଛି ଯେ, ସୁକେଶଙ୍କ କଳସାମ୍ରାଜ୍ୟ ବିଷୟରେ ଜ୍ୟାକଲିନ ସବୁ ଜାଣିଥିଳେ।   ଇଡି ପୂର୍ବରୁ ଚାର୍ଜସିଟରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଭାବେ ନାମିତ କରିଛି । ଇଡି କହିବାନୁଯାୟୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପୂର୍ବରୁ ଜାଣିଥିଲେ ଯେ ଠକ ସୁକେଶ ଜଣେ ଅପରାଧୀ। ଅଭିନେତ୍ରୀ ଏହା ମଧ୍ୟ ଜାଣିଥିଲେ ଯେ, ସୁକେଶ ବେଆଇନ ଭାବେ ବଳ ପୂର୍ବକ ଟଙ୍କା ଆଦାୟ କରେ।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ବଳ ପୂର୍ବକ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ, ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ଏହା ପରେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଛି। ଚାର୍ଜସିଟରେ ଏହା ମଧ୍ୟ ଲେଖାଅଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନଙ୍କ ସହ ଭେଟ କରାଇଥିଲେ ଏବଂ ସୁକେଶ ପିଙ୍କି ଇରାନୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଏବଂ ନଗଦ ଟଙ୍କା ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos