Advertisment

କାଲି ଶ୍ରମିକଙ୍କୁ ହତ୍ୟା କରିଥିଲା, ଆଜି ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ହାଇବ୍ରିଡ୍ ଆତଙ୍କବାଦୀ। ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍ ବସିର୍ ଗନିକୁ ଗୁଳି କରି ହତ୍ୟା କରାଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା। ଏହି ଗୁଳିମାଡରେ ଆତଙ୍କୀ ଇମ୍ରାନ ନିହତ ହୋଇଛି। ପୁଲିସ ସୂଚନା ମୁତାବକ, ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଗତକାଲି ଗ୍ରେନେଡ୍ ହମ୍‌ଲା କରି ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିବା ମାମଲାରେ ଆତଙ୍କବାଦୀ ଇମ୍ରାନ୍ ବସିର୍‌କୁ ପୁଲିସ ଗିରଫ କରିଥିଲା। ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବାର […]

ଅଦ୍ୟତନ ହୋଇଛି
କାଲି ଶ୍ରମିକଙ୍କୁ ହତ୍ୟା କରିଥିଲା, ଆଜି ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

Encounter

Advertisment

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ହାଇବ୍ରିଡ୍ ଆତଙ୍କବାଦୀ। ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍ ବସିର୍ ଗନିକୁ ଗୁଳି କରି ହତ୍ୟା କରାଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା। ଏହି ଗୁଳିମାଡରେ ଆତଙ୍କୀ ଇମ୍ରାନ ନିହତ ହୋଇଛି।

Advertisment

ପୁଲିସ ସୂଚନା ମୁତାବକ, ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଗତକାଲି ଗ୍ରେନେଡ୍ ହମ୍‌ଲା କରି ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିବା ମାମଲାରେ ଆତଙ୍କବାଦୀ ଇମ୍ରାନ୍ ବସିର୍‌କୁ ପୁଲିସ ଗିରଫ କରିଥିଲା। ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବାର ୭୮ ଘଣ୍ଟା ପରେ ସୋପିଆନ୍‌ର ନାଓଗାମ୍ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଇମ୍ରାନ୍ ଓ ଆଉ ଜଣେ ଆଙ୍କବାଦୀ ନିହତ ହୋଇଛି। ଇମ୍ରାନ୍ ବସିର ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍ ଆତଙ୍କବାଦୀ ଥିବା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସୋନିଆନ୍ ଜିଲ୍ଲାରେ କିଛି ଆତଙ୍କବାଦୀ ପ୍ରବାସୀ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ତାଙ୍କ ଉପରକୁ ଗ୍ରେନେଡ୍ ହମ୍‌ଲା କରିଥିଲେ। ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ଉତ୍ତରପ୍ରଦେଶ କନୌଜ ଅଞ୍ଚଳର ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe