Advertisment

୩୨ ବର୍ଷ ପରେ ବଡ଼ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ

ଶ୍ରୀନଗର: ଦୀର୍ଘ ୩୨ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌। ୩ ଦଶନ୍ଧି ପରେ ବଡ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ। ଜମ୍ମୁ କଶ୍ମୀରର ସୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିଛି। ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ସ୍ପେଶାଲ ସ୍କ୍ରିନିଂ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ କରି ଏହାକୁ ଏକ ଐତିହାସିକ ଦିନ […]

ଅଦ୍ୟତନ ହୋଇଛି
୩୨ ବର୍ଷ ପରେ ବଡ଼ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ

Film hall reopen in Kashmir

Advertisment

ଶ୍ରୀନଗର: ଦୀର୍ଘ ୩୨ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌। ୩ ଦଶନ୍ଧି ପରେ ବଡ ପରଦାରେ ଫିଲ୍ମ ଦେଖିବେ କଶ୍ମୀରବାସୀ। ଜମ୍ମୁ କଶ୍ମୀରର ସୋପିଆନ୍ ଏବଂ ପୁଲୱାମାରେ ସିନେମା ହଲ୍ ଖୋଲିଛି। ଆମୀର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'ର ସ୍ପେଶାଲ ସ୍କ୍ରିନିଂ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ କରି ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ଏହାସହ ହଲ ଉଦଘାଟନର କିଛି ଫଟୋ ମଧ୍ୟ ଅପଲୋଡ କରିଛନ୍ତି।

Advertisment

ଆସନ୍ତା ସପ୍ତାହରୁ ଏହି ସିନେମା ହଲ୍‌ଗୁଡ଼ିକର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ଚାଲିଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ସୋପିଆନ୍ ଏବଂ ପୁଲୱାମା ଲୋକମାନେ ବଡ଼ ପରଦାରେ ଫିଲ୍ମ ଦେଖିବାର ମଜା ଉଠାଇବେ। ଉନ୍ମୋଚନ ପରେ ସମସ୍ତ ବୟସ ବର୍ଗର ଲୋକମାନେ ପୁଲୱାମା ଏବଂ ସୋପିଆନର ନୂଆ ଫିଲ୍ମ ହଲ୍ ବୁଲି ଦେଖିଥିଲେ। ଏହି ସମୟରେ, 'ଭାଗ ମିଲ୍‌ଖା ଭାଗ', 'ଆରଆରଆର', 'ସ୍ଵଦେଶ' ଓ 'ବୋଷ: ଦ ଫରଗଟନ ହିରୋ' ଟ୍ରେଲର ସମସ୍ତଙ୍କୁ ଦେଖାଯାଇଥିଲା। ଏହା ସହିତ ଛାତ୍ରମାନଙ୍କ ପାଇଁ ଏସ୍ ଏସ୍‌ ରାଜାମୌଲିଙ୍କ ଫିଲ୍ମ 'RRR'ର ଏକ ସ୍ପେଶାଲ ସ୍କ୍ରିନିଂ ମଧ୍ୟ ହୋଇଥିଲା।

https://twitter.com/manojsinha_/status/1571717039815000066?s=20&t=0SqSmoXN01u45na_rfWLmg

Advertisment

୧୯୯୦ ମସିହାରେ ଆତଙ୍କବାଦୀଙ୍କ ଧମକ ଯୋଗୁଁ କାଶ୍ମୀରର ସମସ୍ତ ଫିଲ୍ମ ହଲକୁ ବନ୍ଦ କରି ଦିଆଯାଇଥିଲା। ବଡ଼ ପରଦାରେ ଫିଲ୍ମ ଦେଖିବା ପାଇଁ କଶ୍ମୀରବାସୀଙ୍କୁ ଜମ୍ମୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଅର୍ଥାତ୍‌ ୩୦୦ କିଲୋମିଟର ଯାତ୍ରା କରିବାକୁ ପଡୁଥୁଲା। ହେଲେ ସରକାରଙ୍କ ପ୍ରଚେଷ୍ଟାରୁ ଏଗୁଡିକୁ ପୁଣି ଖୋଲାଯାଇଛି। ଏହା କଶ୍ମୀର ଘାଟିର ଯୁବକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିବ ବୋଲି ଉପରାଜ୍ୟପାଳ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe