Advertisment

ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍‌, ୬ ITBP ଯବାନ ମୃତ

ଶ୍ରୀନଗର: ଜମ୍ମୁକଶ୍ମୀରରେ ବଡ଼ ଦୁର୍ଘଟଣା। ନଦୀକୁ ଖସିଲା ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌। ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍‌ରେ ଥିବା ଏକ ଘାଟି ତଳକୁ ଖସି ନଦୀରେ ପଡ଼ିଛି ବସ୍‌ଟି। ଏଥିରେ ୬ ଜଣ ଆଇଟିବିପି ଯବାନଙ୍କ ମୃତ୍ୟୁ ଘଟିଛି। ନିକଟରେ ଅମରନାଥ ଯାତ୍ରା ସମାପ୍ତ ହୋଇଥିବା ବେଳେ ଏଥିରେ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ଏବେ ନିଜ ନିଜ ୟୁନିଟକୁ ଫେରୁଛନ୍ତି। ଏହିକ୍ରମରେ ଏହି ୩୭ ଜଣ ଆଇଟିବିପି ଯବାନ ଓ ୨ ଜଣ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍‌, ୬ ITBP ଯବାନ ମୃତ

vehicle-accident

ଶ୍ରୀନଗର: ଜମ୍ମୁକଶ୍ମୀରରେ ବଡ଼ ଦୁର୍ଘଟଣା। ନଦୀକୁ ଖସିଲା ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌। ବ୍ରେକ୍ ଫେଲ୍ ହେବାରୁ ପହଲଗାମର ଫିସଲାନ୍‌ରେ ଥିବା ଏକ ଘାଟି ତଳକୁ ଖସି ନଦୀରେ ପଡ଼ିଛି ବସ୍‌ଟି। ଏଥିରେ ୬ ଜଣ ଆଇଟିବିପି ଯବାନଙ୍କ ମୃତ୍ୟୁ ଘଟିଛି।

Advertisment

ନିକଟରେ ଅମରନାଥ ଯାତ୍ରା ସମାପ୍ତ ହୋଇଥିବା ବେଳେ ଏଥିରେ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ଏବେ ନିଜ ନିଜ ୟୁନିଟକୁ ଫେରୁଛନ୍ତି। ଏହିକ୍ରମରେ ଏହି ୩୭ ଜଣ ଆଇଟିବିପି ଯବାନ ଓ ୨ ଜଣ କଶ୍ମୀର ପୁଲିସ୍ ଆଜି ବସ୍‌ ଯୋଗେ ଚନ୍ଦନୱାଡ଼ିରୁ ପହଲଗାମ ଫେରୁଥିଲେ। ତେବେ ପହଲଗାମର ଫିସଲାନ୍‌ରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରେକ୍ ଫେଲ୍‌ ହୋଇଯିବାରୁ ବସ୍‌ଟି ଘାଟିରୁ ଖସି ପଡ଼ିଥିଲା।

ଏହି ବସ୍ ପଛରେ ଆଇଟିବିପି ଯବାନଙ୍କୁ ନେଇ ଆଉ ଏକ ବସ୍ ଆସୁଥିଲା। ସେଥିରେ ଥିବା ଯବାନମାନେ ଆହତ ଯବାନଙ୍କୁ ଉଦ୍ଧାର କରିଥିଲେ। ଏୟାରଲିଫ୍ଟ କରାଯାଇ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

https://twitter.com/ANI/status/1559432791607377920?s=20&t=m2XlrK0uoxE3UasD4JiqWQ