Advertisment

ସବୁ ସରକାରୀ ଅଫିସରେ ଉଡ଼ିବ ଜାତୀୟ ପତାକା

ଶ୍ରୀନଗର: ଆସନ୍ତା ୧୫ ଦିନ ମଧ୍ୟରେ ଜମ୍ମୁ କଶ୍ମୀରର ସମସ୍ତ ସରକାରୀ ଅଫିସରେ ଜାତୀୟ ପତାକା ଉଡ଼ିବ। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଉପରାଜ୍ୟପାଳ ଜମ୍ମୁ କଶ୍ମୀରର ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ। ଏହାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବୁଧବାର ମନୋଜ ସିହ୍ନା ଏକ ପ୍ରତିକ୍ରିୟା ରଖିଥିଲେ ଯେଉଁଥିରେ ସେ କହିଥିଲେ ଜମ୍ମୁ କଶ୍ମୀରରେ ଦୁର୍ନୀତି ନିୟନ୍ତ୍ରଣ ହୋଇଛି। ଆଉ ପ୍ରଶାସନିକ ପାରଦର୍ଶିତା […]

author-image
Subhransu Sekhar
ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ

manoj-1

ଶ୍ରୀନଗର: ଆସନ୍ତା ୧୫ ଦିନ ମଧ୍ୟରେ ଜମ୍ମୁ କଶ୍ମୀରର ସମସ୍ତ ସରକାରୀ ଅଫିସରେ ଜାତୀୟ ପତାକା ଉଡ଼ିବ। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଉପରାଜ୍ୟପାଳ ଜମ୍ମୁ କଶ୍ମୀରର ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ। ଏହାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହା ପୂର୍ବରୁ ବୁଧବାର ମନୋଜ ସିହ୍ନା ଏକ ପ୍ରତିକ୍ରିୟା ରଖିଥିଲେ ଯେଉଁଥିରେ ସେ କହିଥିଲେ ଜମ୍ମୁ କଶ୍ମୀରରେ ଦୁର୍ନୀତି ନିୟନ୍ତ୍ରଣ ହୋଇଛି। ଆଉ ପ୍ରଶାସନିକ ପାରଦର୍ଶିତା ବଢ଼ିଛି। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶ କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ।

ଏଥିସହ ଉପରାଜ୍ୟପାଳ ‘ଆଜଦ୍ କା ଅମୃତ ମହୋତ୍ସବ’ର ସମୀକ୍ଷା କରିଛନ୍ତି ମନୋଜ ସିହ୍ନା। ଦେଶ ସ୍ୱାଧୀନତା ଲାଭ କରିବାରେ ଯେଉଁସବୁ ଅଞ୍ଚଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ସେହି ଅଞ୍ଚଳର ଲୋକଙ୍କୁ ଚିହ୍ନଟ କରି ସମ୍ମାନୀତ କରିବାକୁ ଯୋଜନା ହୋଇଛି।

Advertisment

ସୂଚନାଯୋଗ୍ୟ, ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୂରି ସାରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ‘ଆଜାଦ କା ଅମୃତ ମହୋତ୍ସବ’ ହେଉଛି ୭୫ ବର୍ଷ ପୂର୍ତ୍ତି ସ୍ୱାଧୀନତାର ଏକ ଅଂଶ। ଏହା ଅଗଷ୍ଟ ୧୫, ୨୦୨୨ ଯାଏ ଚାଲିବ।

Jammu Kashmir