Advertisment

ବିଚ୍ ରାସ୍ତାରେ ପୁଲିସ୍‌ ଉପରକୁ ଆଖିବୁଜା ଗୁଳିମାଡ଼

ଶ୍ରୀନଗର: ବିଚ୍‌ ରାସ୍ତାରେ ଗୁଳି ବର୍ଷା କଲା ଆତଙ୍କବାଦୀ। ଏକେ-୪୭ ବନ୍ଧୁକ ଧରି ପୁଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଲା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଘଟିଛି ଏହି ଘଟଣା। ଶ୍ରୀନଗର ବାଘତ ବାର୍ଜୁଲା ଅଞ୍ଚଳର ଏକ ଦୋକାନରେ ପୁଲିସ୍ ଫୋର୍ସ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍ ଜଣେ ଆତଙ୍କବାଦୀ ଆସି ଫୋର୍ସ ଉପରକୁ ଗୁଳି ଚଲାଇ ଫେରାର ହୋଇଯାଇଥିଲା। ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଚ୍ ରାସ୍ତାରେ ପୁଲିସ୍‌ ଉପରକୁ ଆଖିବୁଜା ଗୁଳିମାଡ଼

Terrorist opens fire

ଶ୍ରୀନଗର: ବିଚ୍‌ ରାସ୍ତାରେ ଗୁଳି ବର୍ଷା କଲା ଆତଙ୍କବାଦୀ। ଏକେ-୪୭ ବନ୍ଧୁକ ଧରି ପୁଲିସ୍ ଉପରକୁ ଗୁଳି ମାଡ଼ କରି ଚମ୍ପଟ ମାରିଲା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଘଟିଛି ଏହି ଘଟଣା।

Advertisment

ଶ୍ରୀନଗର ବାଘତ ବାର୍ଜୁଲା ଅଞ୍ଚଳର ଏକ ଦୋକାନରେ ପୁଲିସ୍ ଫୋର୍ସ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍ ଜଣେ ଆତଙ୍କବାଦୀ ଆସି ଫୋର୍ସ ଉପରକୁ ଗୁଳି ଚଲାଇ ଫେରାର ହୋଇଯାଇଥିଲା।

ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁହେଁ ସହିଦ ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

ଉଭୟ ସହିଦ ଜମ୍ମୁ-କାଶ୍ମୀର ପୁଲିସରେ ଥିଲେ। ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହା ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଆଜି ସକାଳେ ସୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା। ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ। ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ। ତେବେ ପୁଲିସ ଉପରକୁ ଆତଙ୍କୀ ହମଲା ପଛରେ ଏହି ଘଟଣାର ଲିଙ୍କ୍ ଥିବା ଅନୁମାନ କରାଯାଉଛିା

Jammu Kashmir Terrorist