Advertisment

ଏନ୍‌କାଉଣ୍ଟର, ସେନା ଗୁଳିରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁକଶ୍ମୀରରେ ପୁଣି ଏନ୍‌କାଉଣ୍ଟର। ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁପୱାଡାରେ ସୁରକ୍ଷାବଳଙ୍କ ଆକ୍ରମଣରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୋଳା ବାରୁଦ ଓ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି। ଜମ୍ମୁ-କଶ୍ମୀରର କୁପଓ୍ୱାଡା ସେକ୍ଟରର ଜୁମାଗୁଣ୍ଡ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ସେନାକୁ ଖବର ମିଳିଥିଲା। ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଫଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହାପରେ ସେନା ପକ୍ଷରୁ ଏହି […]

author-image
Madhupriya Mistry
ଏନ୍‌କାଉଣ୍ଟର, ସେନା ଗୁଳିରେ ୩ ଆତଙ୍କବାଦୀ ସଫା

Encounter

ଶ୍ରୀନଗର: ଜମ୍ମୁକଶ୍ମୀରରେ ପୁଣି ଏନ୍‌କାଉଣ୍ଟର। ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁପୱାଡାରେ ସୁରକ୍ଷାବଳଙ୍କ ଆକ୍ରମଣରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୋଳା ବାରୁଦ ଓ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି।

Advertisment

ଜମ୍ମୁ-କଶ୍ମୀରର କୁପଓ୍ୱାଡା ସେକ୍ଟରର ଜୁମାଗୁଣ୍ଡ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ସେନାକୁ ଖବର ମିଳିଥିଲା। ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଫଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହାପରେ ସେନା ପକ୍ଷରୁ ଏହି ଇଲାକା ଘେରାବନ୍ଦୀ କରାଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ହୋଇଥିଲା । ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଥିଲା। ଏଥିରେ ୩ ଜଣଙ୍କ ଆତଙ୍କବାଦୀ ନିହତ ହୋଇଛନ୍ତି।

କଶ୍ମୀର ଆଇଜି ବିଜୟ କୁମାର ଏନକାଉଣ୍ଟର ବାବଦରେ ସୂଚନା ଦେଇ କହିଛନ୍ତି, ଅନୁପ୍ରବେଶ କରୁଥିବା ୩ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନେ ସମସ୍ତେ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ବୋଲି ଜଣାପଡିଛି। ହେଲେ ଏଯାଏଁ ଏମାନଙ୍କର ପରିଚୟ ମିଳିନାହିଁ । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Advertisment

https://twitter.com/ANI/status/1529646698628231168?s=20&t=X2Qa15QywV1f_elCbjFKag

ଏହାପୂର୍ବରୁ ଗତକାଲି ଜମ୍ମୁ-କଶ୍ମୀର ବାରାମୁଲାରେ ମଧ୍ୟ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ତିନି ଜଣ ଆତଙ୍କବାଦୀ ସଙ୍ଗଠନ୍‌ ଜୈସ-ଏ-ମହମ୍ମଦ ସହ ଜଡିତ ଥିଲେ। ସେପଟେ ଏହି ଅପରେସନ୍‌ରେ ଜମ୍ମୁ କଶ୍ମୀର ପୁଲିସର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ।