Advertisment

ପଣବନ୍ଦୀ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱରଙ୍କୁ ଛାଡ଼ିଦେଲେ ମାଓବାଦୀ

ନୂଆଦିଲ୍ଲୀ: ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ଅପହଣର ଶିକାର ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସ ମୁକୁଳିଛନ୍ତି। ଶନିବାର ଏନକାଉଣ୍ଟର ପରଠାରୁ ରାକେଶ୍ୱରଙ୍କୁ ମାଓବାଦୀମାନେ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ହେଲେ ଆଜି ଅପରାହ୍ନରେ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ପୁଲିସ୍‌ ସୁତ୍ରରୁ ଜାତୀୟ ନ୍ୟୁଜ ଏଜେନ୍ସି ଏଭଳି ଖବର ପ୍ରକାଶ କରିଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ବିଜାପୁର ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ରାକେଶ୍ୱରଙ୍କୁ ଅପହରଣର ୬ […]

author-image
Hemant Lenka
ଅଦ୍ୟତନ ହୋଇଛି
ପଣବନ୍ଦୀ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱରଙ୍କୁ ଛାଡ଼ିଦେଲେ ମାଓବାଦୀ

Jawan

ନୂଆଦିଲ୍ଲୀ: ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ଅପହଣର ଶିକାର ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସ ମୁକୁଳିଛନ୍ତି। ଶନିବାର ଏନକାଉଣ୍ଟର ପରଠାରୁ ରାକେଶ୍ୱରଙ୍କୁ ମାଓବାଦୀମାନେ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ହେଲେ ଆଜି ଅପରାହ୍ନରେ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ପୁଲିସ୍‌ ସୁତ୍ରରୁ ଜାତୀୟ ନ୍ୟୁଜ ଏଜେନ୍ସି ଏଭଳି ଖବର ପ୍ରକାଶ କରିଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ବିଜାପୁର ଏସପିଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ରାକେଶ୍ୱରଙ୍କୁ ଅପହରଣର ୬ ଦିନ ପରେ ମାଓବାଦୀମାନେ ଛାଡ଼ିଛନ୍ତି। ସେ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିବା ପରେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାସାଗୁଡ଼ା ଥାନାକୁ ଅଣାଯାଇଛି। ସେଠାରେ ତାଙ୍କୁ ଏସ୍‌ପି କମଳଲୋଚନ କଶ୍ୟପ ସ୍ୱାଗତ କରିଛନ୍ତି।

ସୂଚନା ଅନୁସାରେ, ଆଜି ସକାଳୁ ପାହାଡ଼ିଆ ରାସ୍ତା ଦେଇ ମାଓବାଦୀମାନେ ରାକେଶ୍ୱରଙ୍କୁ ଚଲାଇ ଚଲାଇ ଆଣିଥିଲେ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କୁ ଛାଡ଼ିବା ପରେ ସେମାନେ ପୁଣି ଜଙ୍ଗଲ ମଧ୍ୟରେ ଥିବା ନିଜ କ୍ୟାମ୍ପକୁ ଚାଲି ଯାଇଥିଲେ। ସେଠାରୁ ରାକେଶ୍ୱର ଚାଲିଚାଲି ଜଙ୍ଗଲ ବାହାରକୁ ଆସିଥିବା କୁହାଯାଇଛି।

Advertisment

ରାକେଶ୍ୱରଙ୍କୁ ମୁକୁଳାଇବା ପାଇଁ ସରକାର ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କୁ ନିଯୁକ୍ତ କରିଥିଲେ। ଆଜି ମାଓବାଦୀମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ିଛନ୍ତି। ଏହି ସମୟରେ ୭ ଜଣ ମିଡିଆ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ସମ୍ମୁଖରେ ରାକେଶ୍ୱରଙ୍କୁ ମାଓବାଦୀମାନେ ସୁରକ୍ଷିତ ହସ୍ତାନ୍ତର କରିଥିଲେ।


ରାକେଶ୍ୱରଙ୍କ ମୁକ୍ତି ସମ୍ପର୍କରେ ସୂଚନା ମିଳିବା ପରେ ଜମ୍ମୁରେ ଥିବା ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବାପାଙ୍କୁ ମାଓବାଦୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ୫ ବର୍ଷର ଝିଅ ମୁହଁରେ ହସ ଦେଖାଦେଇଛି। ସେହିପରି ରାକେଶ୍ୱରଙ୍କ ପତ୍ନୀ ମୀନୁ ମଧ୍ୟ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି।

ପୂରା ପରିବାର ରାକେଶ୍ୱର ସୁରକ୍ଷିତ ମୁକୁଳିଥିବାରୁ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୀନୁ କହିଛନ୍ତି, ଆମେ ହିମ୍ମତ ହାରି ନଥିଲୁ। ଆମର ଆଶା ଥିଲା ଯେ ସେ ଯେମିତି ହେଲେ ଫେରିବେ। ଭଗବାନ ଆମ ଡାକ ଶୁଣିଛନ୍ତି। ଆଜି ମୋ ଜୀବନର ସବୁଠାରୁ ଖୁସିର ଦିନ। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ୫ ବର୍ଷର ଝିଅ ପାପା ଶୀଘ୍ର ଘରକୁ ଚାଲି ଆସ ବୋଲି କହିଛନ୍ତି। ପରିବାର ଲୋକ ପରସ୍ପରକୁ ମିଠା ଖୁଆଇବା ସହ ଭାରତ ମାତ କି ଜୟ ବୋଲି ନାରା ଦେଇଥିଲେ।

ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା।

ଘଟଣାର ୩ ଦିନ ପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ ରିଲିଜ ଜରିଆରେ କହିଥିଲେ। ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ। ପ୍ରେସ ରିଲିଜ୍‌ର ଗୋଟିଏ ଦିନ ପରେ ରାକେଶ୍ୱରଙ୍କ ଫଟୋ ମଧ୍ୟ ମାୱାଦୀମାନେ ସାର୍ବଜନୀନ କରିଥିଲେ।

Naxal Activities