Advertisment

ଜୟା ବଚ୍ଚନ ବିଜେପି ବିରୋଧରେ କହିବେ, ମୋ ବିରୋଧରେ କହିବେ ନାହିଁ: ବାବୁଲ ସୁପ୍ରିୟୋ

କୋଲକାତା: ‘ଜୟା ବଚ୍ଚନ ବିଜେପି ବିରୋଧରେ କହିବେ। କିନ୍ତୁ ମୋ ବିରୋଧରେ ଆଦୌ କହିବେ ନାହିଁ।’ ସୋମବାର କେନ୍ଦ୍ର ମନ୍ତ୍ରୀ ତଥା ଟୋଲିଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବାବୁଲ ସୁପ୍ରିୟୋ ଏହି କଥା କହିଛନ୍ତି। ସମାଜବାଦୀ ସାଂସଦ ଜୟା ବଚ୍ଚନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ବାବୁଲ ସୁପ୍ରିୟୋ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ (ଜୟା ବଚ୍ଚନ) ମୁଁ ପଶ୍ଚିମବଙ୍ଗକୁ ସ୍ୱାଗତ କରୁଛି। ତାଙ୍କ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମୋଦିଙ୍କ ବିକଳ୍ପ ମମତା, ୨୦୨୪ରେ ଆମ କ୍ୟାପ୍ଟେନ୍ ପ୍ରଧାନମନ୍ତ୍ରୀ ହେବେ: ବାବୁଲ ସୁପ୍ରିୟୋ  

Babul Supriyo

କୋଲକାତା: ‘ଜୟା ବଚ୍ଚନ ବିଜେପି ବିରୋଧରେ କହିବେ। କିନ୍ତୁ ମୋ ବିରୋଧରେ ଆଦୌ କହିବେ ନାହିଁ।’ ସୋମବାର କେନ୍ଦ୍ର ମନ୍ତ୍ରୀ ତଥା ଟୋଲିଗଞ୍ଜ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବାବୁଲ ସୁପ୍ରିୟୋ ଏହି କଥା କହିଛନ୍ତି। ସମାଜବାଦୀ ସାଂସଦ ଜୟା ବଚ୍ଚନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ବାବୁଲ ସୁପ୍ରିୟୋ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ସେ କହିଛନ୍ତି, ତାଙ୍କୁ (ଜୟା ବଚ୍ଚନ) ମୁଁ ପଶ୍ଚିମବଙ୍ଗକୁ ସ୍ୱାଗତ କରୁଛି। ତାଙ୍କ ସହିତ ମୋର ପାରିବାରିକ ସମ୍ପର୍କ ନାହିଁ। କିନ୍ତୁ ସେ ମୋତେ ଖୁବ୍ ଭଲ ଭାବେ ଜାଣିଛନ୍ତି। ସେ ବିଜେପି ବିରୋଧରେ କହିବେ। କିନ୍ତୁ ମୋ ବିରୋଧରେ ଆଦୌ କହିବେ ନାହିଁ।

ଟୋଲିଗଙ୍ଗ ବିଧାନସଭା ଆସନରୁ ଟିଏମ୍‌ସିର ହେଭିୱେଟ୍ ନେତା ଅରୂପ ବିଶ୍ୱାସ ଛିଡ଼ା ହୋଇଛନ୍ତି। ତାଙ୍କ ପାଇଁ ବି ଜୟା ବଚ୍ଚନ ପ୍ରଚାର କରିବେ ବୋଲି ଟିଏମ୍‌ସି ସୂତ୍ରରୁ ଜଣାପଡ଼ିଛି।

Advertisment

କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ସମସ୍ତ ବିପକ୍ଷ ଦଳର ନେତାଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। ତା’ପରେ ଜୟା ଟିଏମ୍‌ସି ପାଇଁ ପ୍ରଚାରକୁ ଆସିଥିବା କୁହାଯାଉଛି।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ଓ ଏପ୍ରିଲ୍‌ ୧ରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାଲି (ଏପ୍ରିଲ ୬) ତୃତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ।

West Bengal Assembly Election