Advertisment

'ଜେଡିୟୁ ମୁକ୍ତ ମଣିପୁର' ବନାମ 'ବିଜେପିର ଦିବା ସ୍ୱପ୍ନ'

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଜେଡିୟୁ। ଆରମ୍ଭ ହୋଇଯାଇଛି ତୁତୁ ମେଁ ମେଁ। ମଣିପରୁର ୭ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଏବେ ରାଜନୈତକ ହଲଚଲ ଆରମ୍ଭ ହୋଇଯାଇଛି। ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛି। ସେପଟେ ଜେଡିୟୁ ମଧ୍ୟ କିଛି କମ୍‌ ନୁହେଁ। ସେ ବି ବିଜେପି କି ଦେଇଛି ମୁହଁତୋଡ ଜବାବ। ଜେଡିୟୁ ବିଧାୟକ ବିଜେପିର ହାତ ଧରିବା ପରେ ରଜ୍ୟସଭା ସାଂସଦ […]

'ଜେଡିୟୁ ମୁକ୍ତ ମଣିପୁର' ବନାମ 'ବିଜେପିର ଦିବା ସ୍ୱପ୍ନ'

JDU VS BJP

Advertisment

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଜେଡିୟୁ। ଆରମ୍ଭ ହୋଇଯାଇଛି ତୁତୁ ମେଁ ମେଁ। ମଣିପରୁର ୭ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଏବେ ରାଜନୈତକ ହଲଚଲ ଆରମ୍ଭ ହୋଇଯାଇଛି। ବିଜେପି ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛି। ସେପଟେ ଜେଡିୟୁ ମଧ୍ୟ କିଛି କମ୍‌ ନୁହେଁ। ସେ ବି ବିଜେପି କି ଦେଇଛି ମୁହଁତୋଡ ଜବାବ।

Advertisment

ଜେଡିୟୁ ବିଧାୟକ ବିଜେପିର ହାତ ଧରିବା ପରେ ରଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ବିହାର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ ଟ୍ୱିଟ୍‌ କରି ମଣିପୁର ଓ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟ 'ଜେଡିୟୁ ମୁକ୍ତ' ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

https://twitter.com/SushilModi/status/1565964701535571968?s=20&t=KtTBfJq1E7k8dfN1jBlZQw

Advertisment

ସୁଶୀଲ ମୋଦିଙ୍କ ଏଭଳି କଟାକ୍ଷକୁ ନେଇ ମୁହଁତୋଡ ଜାବବା ଦେଇଛି ଜେଡିୟୁ। ଦଳର ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂହ ସୁଶୀଲ ମୋଦିଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଘଟଣା ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି, 'ଏହି ଦୁଇ ରାଜ୍ୟରେ ଜେଡିୟୁ ବିଜେପି ସହ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଜିତିଥିଲା । ତେଣୁ ଜେଡିୟୁ ମୁକ୍ତ ଭଳି ଦିବାସ୍ୱପ୍ନ ବିଜେପି ଦେଖିବା ବନ୍ଦ କରୁ।'

ଲଲନ ସିଂହ କହିଛନ୍ତି, 'ମଣିପୁରରେ ପୁଣିଥିରେ ବିଜେପିର ନୈତିକ ଆଚରଣ ସମସ୍ତଙ୍କ ସାମ୍ନାକୁ ଆସିଛି। ୨୦୧୫ ରେ ପ୍ରଧାନମନ୍ତ୍ରୀ ୪୨ଟି ସଭା କରିବା ପରେ ୫୩ଟି ଆସନ ଜିତିବାରେ ସଫଳ ହୋଇଥିଲେ। ହେଲେ ୨୦୨୪ରେ ସାରା ଦେଶ 'ଜୁମଲେବାଜ'ଙ୍କ କବଳରୁ ମୁକ୍ତ ହେବାକୁ ଯାଉଛି।'

ଶୁକ୍ରବାର ଦିନ ମଣିପୁରରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଯାହା ନୀତୀଶଙ୍କ ଦଳକୁ ବଡ ଝଟ୍‌କା ପ୍ରମାଣିତ ହୋଇପାରେ ବୋଲି କୁହାଯାଉଛି।

https://twitter.com/LalanSingh_1/status/1565900141969940480?s=20&t=-JO6-ju6FKgyXK8gIZgZFQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe