Advertisment

ଆଜି ଆସ୍ଥା ଭୋଟ୍‌ ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ !

ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଭିତରେ ଆଜି ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।   ଏନେଇ ସେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।  ଅଧିବେଶନରେ ସେ  ବିଶ୍ୱାସ ପ୍ରସ୍ତାବ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତକାଲି ୟୁପିଏ ମେଣ୍ଟର ସମସ୍ତ  ବିଧାୟକଙ୍କୁ ଛତିଶଗଡ଼ ରାୟପୁରରୁ ଝାଡଖଣ୍ଡ ଫେରିଛନ୍ତି।  ସେହିପରି ବିଧାୟକ ମାନଙ୍କ ସହ  ରାଞ୍ଚି ସର୍କିଟ ହାଉସରେ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି ହେମନ୍ତ ସୋରେନ । ୮୧ ଆସନ ବିଶିଷ୍ଟ […]

ଅଦ୍ୟତନ ହୋଇଛି
ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

Hemant-soren

Advertisment

ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଭିତରେ ଆଜି ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।   ଏନେଇ ସେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।  ଅଧିବେଶନରେ ସେ  ବିଶ୍ୱାସ ପ୍ରସ୍ତାବ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତକାଲି ୟୁପିଏ ମେଣ୍ଟର ସମସ୍ତ  ବିଧାୟକଙ୍କୁ ଛତିଶଗଡ଼ ରାୟପୁରରୁ ଝାଡଖଣ୍ଡ ଫେରିଛନ୍ତି।  ସେହିପରି ବିଧାୟକ ମାନଙ୍କ ସହ  ରାଞ୍ଚି ସର୍କିଟ ହାଉସରେ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି ହେମନ୍ତ ସୋରେନ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସୋରେନଙ୍କ ପକ୍ଷରେ ୪୯ ବିଧାୟକ ଅଛନ୍ତି  ସେ ମଧ୍ୟରେ  ଜେଏମଏମର ୩୦, କଂଗ୍ରେସର ୧୮ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି।

Advertisment

ତେବେ ମୁଖ୍ୟ ବିରୋଧ ବିଜେପି ପାଖରେ ୨୬ ବିଧାୟକ ଅଛନ୍ତି।  ତେବେ ହେମନ୍ତ ସରକାର ଭାଙ୍ଗିବାକୁ  ବିରୋଧୀ ଘୋଡ଼ାବେପାର କରିବା ନେଇ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ,  ନିର୍ବାଚନ କମିଶନ ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ମାମଲାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ଲାଗି ସୁପାରିଶ କରିଛନ୍ତି।

ତେବେ ମାମଲାରେ ରାଜ୍ୟପାଳ ରମେଶ ବ୍ୟାସ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ନେଇ ପାରିନାହାନ୍ତି। ଏବେବି ତାଙ୍କ ବିଧାନସଭା ସଦସ୍ୟତା ପଦକୁ ନେଇ ରହସ୍ୟ ଲାଗି ରହିଛି। ରାଜ୍ୟପାଳ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ଦୋଛକିରେ ରହିଛି। ଅନ୍ୟପଟେ ବିରୋଧୀ ମଧ୍ୟ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe