Advertisment

ଘୋଡ଼ା ବେପାରକୁ ଡର! ରାୟପୁର ଗଲେ ଜେଏମଏମ-କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ଚର୍ଚ୍ଚା ଭିତରେ ଛତିଶଗଡ଼ର ରାୟପୁରକୁ ଚାଲି ଯାଇଛନ୍ତି ମେଣ୍ଟ ସରକାରର ସମସ୍ତ ବିଧାୟକ। ରାଜ୍ୟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ବିଧାୟକ ପଦ ଅଫିସ ଅଫ ପ୍ରଫିଟ ମାମଲାରେ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି। ଏସବୁ ଭିତରେ ବିରୋଧୀ ବିଜେପି ମେଣ୍ଟ ସରକାରରେ ଥିବା କିଛି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ […]

ଘୋଡ଼ା ବେପାରକୁ ଡର! ରାୟପୁର ଗଲେ ଜେଏମଏମ-କଂଗ୍ରେସ ବିଧାୟକ

JMM

Advertisment

ନୂଆଦିଲ୍ଲୀ: ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ଚର୍ଚ୍ଚା ଭିତରେ ଛତିଶଗଡ଼ର ରାୟପୁରକୁ ଚାଲି ଯାଇଛନ୍ତି ମେଣ୍ଟ ସରକାରର ସମସ୍ତ ବିଧାୟକ। ରାଜ୍ୟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ବିଧାୟକ ପଦ ଅଫିସ ଅଫ ପ୍ରଫିଟ ମାମଲାରେ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି। ଏସବୁ ଭିତରେ ବିରୋଧୀ ବିଜେପି ମେଣ୍ଟ ସରକାରରେ ଥିବା କିଛି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ବିଜେପିର ଏହି ଘୋଡ଼ା ବେପାର ଭୟରେ ମେଣ୍ଟ ସରକାରରେ ଥିବା ସମସ୍ତ ବିଧାୟକଙ୍କୁ କଂଗ୍ରେସ ଶାସିତ ଛତିଶଗଡ଼ର ରାୟପୁରକୁ ପଠାଇ ଦିଆଯାଇଛି।

Advertisment

ଆଜି ବିଧାୟକମାନେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ବାସଭବନରେ ପ୍ରଥମେ ବୈଠକ କରିଥିଲେ। ଏହାପରେ ସିଧା ସେଠାରୁ ଦୁଇଟି ବସ ଯୋଗେ ରାଞ୍ଚି ଏୟାରପୋର୍ଟରେ ପହଞ୍ଚିଥିଲେ। ଏଠାରେ ଗୋଟିଏ ଚାର୍ଟାର୍ଡ ବିମାନ ବିଧାୟକମାନଙ୍କ ପାଇଁ ଅପେକ୍ଷା କରି ରହିଥିଲା। ଏହି ସ୍ୱତନ୍ତ୍ର ବିମାନରେ ସମସ୍ତ ବିଧାୟକ ରାୟପୁର ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ସେମାନଙ୍କୁ ବିଦାୟୀ ଦେବାକୁ ଏୟାରପୋର୍ଟ ଆସିଥିଲେ। କିନ୍ତୁ ସେ ରାୟପୁର ଯାଇ ନାହାନ୍ତି। ବିଧାୟକମାନେ ପୂରା ମାମଲା ଥଣ୍ଡା ନ ପଡ଼ିବା ଯାଏ ରାୟପୁରର ମେଫେୟାର ହୋଟେଲରେ ରହିବେ ବୋଲି ଜଣାପଡ଼ିଛି।

ବିଧାୟକମାନଙ୍କୁ ବିଜେପିର ଘୋଡ଼ା ବେପାର ଉଦ୍ୟମରୁ ସୁରକ୍ଷା ଦେବା ପାଇଁ ଶନିବାର ଠାରୁ ମେଣ୍ଟ ସରକାରରେ ଥିବା ଦଳ ଗୁଡ଼ିକ ଉଦ୍ୟମ ଆରମ୍ଭ କରିଥିଲେ। ଶନିବାର ହେମନ୍ତ ସୋରେନ ଓ ଆଉ ୪୩ ଜଣ ବିଧାୟକ ରାଞ୍ଚି ଠାରୁ ୩୦ କିମି ଦୂର କୁନ୍ତିରେ ପହଞ୍ଚିଥିଲେ। ସେଠାରେ ସମସ୍ତେ ଏକାଠି ଭୋଜି କରିବା ସହ ନୌକାଚାଳନ କରିଥିଲେ।

Advertisment

ସମସ୍ତେ ଭାବୁଥିଲେ ଯେ ଏହି ସବୁ ଭିତରେ ରାଜ୍ୟପାଳ ରମେଶ ବୈସ ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ  ସମ୍ପର୍କରେ ଘୋଷଣା କରିବେ। ହେଲେ ସେ ନିଜର ନିଷ୍ପତ୍ତି ଶୁଣାଇବାରେ ବିଳମ୍ବ କରି ଚାଲିଛନ୍ତି।

ରାଜ୍ୟପାଳ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ବିଜେପିକୁ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେଉଛି। ବିଜେପି ନେତାମାନେ ମେଣ୍ଟ ସରକାରରେ ଥିବା ବିଧାୟକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଲୋଭନୀୟ ଅଫର ଦେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ନ ଆସିବା ଯାଏ ଶାସକ ମେଣ୍ଟର ବିଧାୟକମାନେ ରାୟପୁର ଚାଲି ଯାଇଥିବା ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe