ଐତିହାସିକ, ପ୍ରଥମଥର ଏକାଠି ଶପଥ ନେଲେ ୯ ନୂଆ ବିଚାରପତି

ନୂଆଦିଲ୍ଲୀ: ଏକା ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି। ତାଙ୍କୁ ସିଜେଇ ଏନ୍‌ଭି ରମନ୍ନା ଶପଥ ପାଠ କରାଇଛନ୍ତି।  କରୋନା ପ୍ରଟୋକଲକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ସଭାଗାରରେ ଇତିସହାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବିଚାରପତିଙ୍କୁ ନେଇ ଶପଥ ସମାରୋହ ଆୟୋଜନ କରାଯାଇଥିଲା। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ଶପଥ ନେଇଛନ୍ତି। ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ […]

9 judge take oath

9 judge take oath

Madhupriya Mistry
  • Published: Tuesday, 31 August 2021
  • Updated: 31 August 2021, 05:18 PM IST

Sports

Latest News

ନୂଆଦିଲ୍ଲୀ: ଏକା ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି। ତାଙ୍କୁ ସିଜେଇ ଏନ୍‌ଭି ରମନ୍ନା ଶପଥ ପାଠ କରାଇଛନ୍ତି।  କରୋନା ପ୍ରଟୋକଲକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ସଭାଗାରରେ ଇତିସହାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବିଚାରପତିଙ୍କୁ ନେଇ ଶପଥ ସମାରୋହ ଆୟୋଜନ କରାଯାଇଥିଲା। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ଶପଥ ନେଇଛନ୍ତି।

ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ। କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଶପଥଗ୍ରହଣ ସ୍ଥାନକୁ ପରିବର୍ତ୍ତନ କରାଯାଇଛି।

ଶପଥ ନେଇଥିବାର ୯ ବିଚାରପତି ହେଉଛନ୍ତି, ଅଭୟ ଶ୍ରୀନିବାସ ଓକା, ବିକ୍ରମ ନାଥ, ଜିତେନ୍ଦ୍ର କୁମାର ମାହେଶ୍ଵରୀ, ହିମା କୋହଲି, ବିଭି ନାଗରତ୍ନା, ସିଟି ରବିକୁମାର, ଏମଏମ ସୁନ୍ଦରେଶ, ବେଲା ଏମ ତ୍ରିବେଦୀ ଓ ପିଏସ ନରସିମ୍‌ହା।

ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏବେ ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିଛି।

ଗତ ୧୭ ଅଗଷ୍ଟରେ ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ  ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ। ପରେ ୨୬ ଅଗଷ୍ଟରେ ଏହି ୯ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିଲେ।

https://twitter.com/ANI/status/1432573719126315010?s=20

https://twitter.com/ANI/status/1432576982923972609?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos