mob linching
ଜୟପୁର: ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ। ନଳକୂଆକୁ ଛୁଇଁବାରୁ ତାଙ୍କୁ ମିଳିଲା ଏଭଳି ଦଣ୍ଡ। ରାଜସ୍ଥାନର ଜୋଧପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ମୃତକଙ୍କ ଭାଇ ଅଶୋକ ବିିଲଙ୍କ ଅଭିଯୋଗ ମୁତାବକ, ଭୋମିଆ ଘାଟିରେ ସୁରଜ ବେରାଙ୍କ ପାଖରେ ଏକ ନଳକୂଅ ରହିଛି। ଏଥିରେ ଏକ ମୋଟର ଲଗାଯାଇଛି। ଶକିଲ, ନାସିର ଏବଂ ବବଲୁ ଏହି ମୋଟରକୁ ଦଖଲ କରିଛନ୍ତି। ଅଶୋକ ଅଭିଯୋଗ କରିଛନ୍ତି ଯେ ଏହି ଲୋକମାନେ ଅନ୍ୟ କୌଣସି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପାଣି ଭରିବାକୁ ଦିଅନ୍ତି ନାହିଁ। ଯଦି କେହି ଚେଷ୍ଟା କରେ, ତେବେ ତାଙ୍କ ପାଇପ୍ କାଟିଦିଅନ୍ତି। ୪୬ ବର୍ଷୀୟ କିଶାନଲାଲ ବିଲ୍ ରବିବାର ରାତିରେ ପାଇପ ଆଣିବାକୁ ଯାଇଥିଲେ, ସେତେବେଳେ ଜାତି ସୂଚକ ଗାଳିଗୁଲଜ ଦେଇ ତାଙ୍କୁ ଘଉଡାଇ ଦିଆଯାଇଥିଲା।
/odisha-reporter/media/post_attachments/aajtak/images/story/202211/untitled-design-7_0-sixteen_nine_0.jpg)
ଏହାପରେ ସେମାନେ ଆସି କିଶନଲାଲ ଓ ତାଙ୍କ ପୁଅକୁୁ ଘରେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଅତିନିର୍ମମ ଭାବେ ମାଡ ମାରିଥିଲେ। କେବଳ ସେତିକି ନୁହେଁ ସେ ଗୁରୁତର ହେବା ପରେ ତାକୁ ହସ୍ପିଟାଲ ବି ନେବାକୁ ଦେଇନଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କିଶନଲାଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ସେପଟେ ଦଳିତ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଲ୍ ସମ୍ପ୍ରଦାୟର ଲୋକେ ହସ୍ପିଟାଲରେ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଲାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/mob-linching.jpg)