Advertisment

ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ଦେଲା ଅନୁମତି

ନୂଆଦିଲ୍ଲୀ: ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି […]

ଅଦ୍ୟତନ ହୋଇଛି
ଗୋଟିଏ ଡୋଜରେ ଡେଲଟା ଭାରିଆଣ୍ଟକୁ ନିସ୍ତେଜ କରିଦେବ ଏହି ଟିକା !

johnshon-and-johnshon

Advertisment

ନୂଆଦିଲ୍ଲୀ: ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ଭାରତରେ ବିଭିନ୍ନ ଟିକା ତିଆରି କରୁଥିବା ବାୟୋଲଜିକାଲ ଇ ଲିମିଟେଡ ଜରିଆରେ ଏହି ଟିକା ଭାରତକୁ ଆସିବ ବୋଲି ସୂଚନା ରହିଛି। ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି।

https://twitter.com/ANI/status/1423916097355452420?s=20

Advertisment

ସୂଚନାଯୋଗ୍ୟ, ଦେଶରେ କରୋନା ଟିକା ନେବା ପାଇଁ ଅଧିକ ସଂଖ୍ୟାର ଲୋକ ବାକି ରହିଛନ୍ତି। ମୁଖ୍ୟତଃ ଦୁଇଟି ଟିକା ନେଲେ ଟିକାକରଣ ସମ୍ପୂର୍ଣ୍ଣ ହେଉଥିବାରୁ ଟିକାକରଣ ପ୍ରକ୍ରିୟା ଧିମା ରହିଛି। ତେଣୁ ଏହି ସିଙ୍ଗେଲ ଡୋଜ ଟିକା ଏବେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଶେଷ କରିବାରେ ଏକ ବଡ଼ ଅସ୍ତ୍ର ସାଜିବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe