jour
ନୂଆଦିଲ୍ଲୀ : ମହଙ୍ଗା ପଡ଼ିଲା ଧର୍ମୀୟ ଭାବନାକୁ ଆଘାତ ଦେବା। ତଥ୍ୟ ଯାଞ୍ଚକାରୀ ୱେବସାଇଟ୍ ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଆଜି ଗିରଫ କରିଛି । ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ ଓ ୨୯୫(କ) ରୁଜୁ ହୋଇଛି। ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ବୟାନ ସଂପର୍କରେ ସେ ପ୍ରଥମେ ଟ୍ୱିଟ୍ କରିଥିଲେ।
ଯାହାକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଜି ମହମ୍ମଦ ଜୁବୈରଙ୍କୁ ଭିନ୍ନ ଭିନ୍ନ ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ଡକାଯାଇଥିଲା । କିନ୍ତୁ ଗୋଟିଏ ଘଟଣାରେ ତାଙ୍କୁ ଗିରଫ କରାଯାଛି। କିନ୍ତୁ ଏ ସମ୍ପର୍କରେ ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ନୋଟିସ ଦିଆଯାଇ ନଥିବା ଉକ୍ତ ନ୍ୟୁଜ୍ ଚାନେଲର କୋ ଫାଉଣ୍ଡର ପ୍ରତୀକ ସିହ୍ନା ଅଭିଯୋଗ କରିଛନ୍ତି।
ତାଙ୍କୁ ମଧ୍ୟ ଏତଲାର କପି ଦିଯାଇ ନାହିଁ। ସେପଟେ ପୁଲିସ କହିଛି ଯେ ଶ୍ରୀ ଜୁବୈର ଏହି ଘଟଣାର ତଦନ୍ତରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରାଯାଉଛି ଏବଂ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/jour.jpg)