Advertisment

ବିଦେଶ ଯାଉଥିବା ବେଳେ ବିମାନ ବନ୍ଦରରେ ଫସିଲେ ସାମ୍ବାଦିକା

ମୁମ୍ବାଇ: ବିଦେଶ ଯାଉଥିବା ବେଳେ ବିମାନ ବନ୍ଦରରେ ଫସିଗଲେ ସାମ୍ବାଦିକା ରାଣା ଆୟୁବ୍‌ । ସେ ଲଣ୍ଡନ ପଳାଉଥିଲା ବେଳେ ଗୁରୁବାର ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଅଟକ ରଖାଯାଇଛି। ମନଲଣ୍ଡରିଂ ମାମଲାରେ ସମ୍ପୃକ୍ତ  ଥିବା ରାଣା ଆୟୁବ୍‌ ବିଦେଶ ଖସି ଯାଉଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ବିରଧୋରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ତଦନ୍ତ କରୁଛି। କୋଭିଡ୍‌ ସହାୟତା ପ୍ରଦାନ ନାଁରେ ସାମ୍ବାଦିକା ଆୟୁବ୍‌ ବିଦେଶ ପାଣ୍ଠି ସଂଗ୍ରହ କରି ହେରଫେର କରିଥିବା ଅଭିଯୋଗ ରହିଛି […]

ବିଦେଶ ଯାଉଥିବା ବେଳେ ବିମାନ ବନ୍ଦରରେ ଫସିଲେ ସାମ୍ବାଦିକା  

ayub

Advertisment

ମୁମ୍ବାଇ: ବିଦେଶ ଯାଉଥିବା ବେଳେ ବିମାନ ବନ୍ଦରରେ ଫସିଗଲେ ସାମ୍ବାଦିକା ରାଣା ଆୟୁବ୍‌ । ସେ ଲଣ୍ଡନ ପଳାଉଥିଲା ବେଳେ ଗୁରୁବାର ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଅଟକ ରଖାଯାଇଛି। ମନଲଣ୍ଡରିଂ ମାମଲାରେ ସମ୍ପୃକ୍ତ  ଥିବା ରାଣା ଆୟୁବ୍‌ ବିଦେଶ ଖସି ଯାଉଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି।

Advertisment

ତାଙ୍କ ବିରଧୋରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ତଦନ୍ତ କରୁଛି। କୋଭିଡ୍‌ ସହାୟତା ପ୍ରଦାନ ନାଁରେ ସାମ୍ବାଦିକା ଆୟୁବ୍‌ ବିଦେଶ ପାଣ୍ଠି ସଂଗ୍ରହ କରି ହେରଫେର କରିଥିବା ଅଭିଯୋଗ ରହିଛି । ତେବେ ଆଜି ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖାଯିବା ପରେ ସେ ଏକ ଟ୍ୱିଟ୍‌ କରିଛନ୍ତି। ଇଡି ଅତି ଉତ୍ସାହିତ ହୋଇ ତାଙ୍କ ପାଖରେ ପହଞ୍ଚିଥିବା ସେ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ,  ମୁଁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରହିଛି।  ଲଣ୍ଡନରେ ହେବାକୁ ଥିବା ଅନ୍ତର୍ଜାତିକ ସାମ୍ବାଦିକ ସମାରୋହରେ ଉଦବୋଧନ ଦେବାକୁ ଯାଉଥିଲି।
https://twitter.com/vinodjose/status/1508889230051012610?s=20&t=NEll7-MD70Y4oZ0txKMVSw

ହେଲେ ଇଡି ଅତି ଉତ୍ସାହିତ ମୋ ପଛରେ ପଡ଼ି ମୋତେ ଅଟକ ରଖିଛି । ୱାସିଂଟନ୍‌ରୁ ପରିଚାଳିତ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମହିଳା ସାମ୍ବାଦିକା ହିସାବରେ ଆୟୁବଙ୍କୁ ନିମନ୍ତ୍ରଣ ହୋଇଥିଲା। ୟୁକେରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ଅନ୍‌ଲାଇନ୍‌ରେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ମୁଖ୍ୟ ପ୍ରସଙ୍ଗ  ଥିଲା। ଏଥିପାଇଁ  ଆୟୁବ୍ ଲଣ୍ଡନ୍‌ ଗସ୍ତରେ ବାହାରିଥିବା  ବେଳେ ତାଙ୍କୁ ବିମାନ ବନ୍ଦରରେ ଅପମାନ କରାଯାଇଥିବା ସେ ଟ୍ୱିଟ୍‌ କରି ଅଭିଯୋଗ ଆଣିଛନ୍ତି। ଏପ୍ରିଲ ୧ ରେ ହାଜର ପାଇଁ ଆୟୁବଙ୍କୁ ଇଡି ପକ୍ଷରୁ ସମନ କରାଯାଇଛି। ମନଲଣ୍ଡରିଂ ନେଇ ଉତ୍ତରପ୍ରଦେଶର ଗାଜିଆବାଦ ପୁଲିସରେ ଏକ ଏନଜିଓ ପକ୍ଷରୁ ଗତ ୬ ସେପ୍ଟେମ୍ବର ମାସରେ ଆୟୁବଙ୍କ ବିରୋଧାରେ ମାମଲା ରୁଜୁ କରାଯାଇଥିଲା। ଅନଲାଇନ୍‌ କ୍ରାଉଡ ଫଣ୍ଡିଂ ବାବଦରେ  ଆୟୁବ୍‌ ୨.୬୯ କୋଟି ଟଙ୍କା ଆଦାୟ କରିଥିବା ଇଡି ସୂଚନା ପାଇ ତଦନ୍ତ ଆରମ୍ଭ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe